ଫୁଲବାଣୀ,୧୬/୦୭(ସୁନୀଲ ପଟ୍ଟନାୟକ):ବୁଧବାର ରାତିରୁ ଗୁରୁବାର ଅପରାହ୍ନ ଯାଏଁ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ ଗୁରୁବାର ରଥ ଯାତ୍ରା ଫିକା ପଡ଼ିଯାଇ ଥିଲା l ତେବେ ଠାକୁରଙ୍କ ରିତି ନୀତି ସବୁ ଠିକ୍ ଠାକ୍ ଭାବେ ହୋଇଥିଲା l ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ଅଣାଯାଇଥିଲା l ଜିଲାପାଳ ବେଦ ଦ୍ଭୂଷଣ ଠାକୁରଙ୍କ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ତୁଲାଇବା ପରେ ରଥ ଟଣା ଆରମ୍ଭ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଏସପି ରମେନ୍ଦ୍ର ପ୍ରାସାଦ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲା ପାଳ, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l ଜଗନ୍ନାଥ ମନ୍ଦିର କମିଟି ର ସଭାପତି ସୁନlଶିର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଓ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ର ସହ ରଥ ଟାଣିଥିଲେ lତେବେ ରଥ ଷ୍ଟେଟ ବ୍ୟାଙ୍କ ନିକଟ ରେ ରଥ ରହିଥିଲା l ଜଗନ୍ନାଥ ମାର୍କେଟ କମିଟି ସଦସ୍ୟ ମାନେ ସମସ୍ତ ଦାୟିତ୍ୱ ବହନ କରିଥିଲେ l

