ଫୁଲବାଣୀ,୧୬/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟା ପାଲି ଙ୍କ ନିର୍ଦେଶ କ୍ରମେ ଏ ସି ଏଫ୍ ଶ୍ୱେତ ଲିନl ସାହୂ ଜି ଉଦୟଗିରୀ ରେଞ୍ଜଅନ୍ତର୍ଗତ ବାକିଙ୍ଗିଆ ପି ଆର୍ ଏଫ୍ ଅଧୀନ ୧୦ ହେକ୍ଟର ଜମିରେ ପତିତ ଜଙ୍ଗଲ ର ପୁନରୁଦ୍ଧାର (ବି ଏଚ ପି) ରେ ଲଗାଯାଇଥିବା ବିଭିନ୍ନ ବୃକ୍ଷ ରୋପଣ କାର୍ଯ୍ୟ ବୁଲି ଦେଖିଥିଲେ l ସେହିପରି ପlଵୁରିଆ ସେକ୍ସନ ର ପlଡାଙ୍ଗୀ ଆର୍ ଏଫ୍ ଅଧୀନ ରେ ଲଗାଯାଇଥିବା ୫୦ହେକ୍ଟର ରେଆର, ଏନଡେନ ଜରଡ, ଏଣ୍ଡ ଥ୍ରିଟେଣ୍ଡ (ଆର୍ ଇ ଟି) କାର୍ଯ୍ୟକ୍ରମ ଆଦି ବୁଲି ଦେଖିବା ସହ ଅଧିକ ରୁ ଅଧିକଔଷଧୀୟ ବୃକ୍ଷ ରୋପଣ ଓ ଏହାର ଯତ୍ନ ନେବା ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ l ସେହିପରି ଡି ଏଫଓ କୋଟା ପାଲି ଦାୟିତ୍ବ ଗ୍ରହଣ କରିବା ର କମ୍ ସମୟ ମଧ୍ୟରେ ବୃକ୍ଷ ରୋପଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିବା ଫଳରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ରେ ଢେର୍ ସୁଧାର ଆସିଛି l ଡି ଏଫ୍ ଓ କୋ ଟାପାଲି ଓ ଏସି ଏଫ୍ ଶ୍ୱେତ ଲିନା ସାହୁ ଙ୍କ ସମେତ ସମସ୍ତ ରେଞ୍ଜ ଅଧିକାରୀ ମାନଙ୍କ ନିଷ୍ଠାପର ଉଦ୍ୟମ ,ଆନ୍ତରିକତା, ଯୋଗୁଁ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ସୁରୁଖୁରୁ ରେ ଚାଲିଛି l

