ଖଜୁରୀପଡା,୧୭/୭( ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ତଳସାହିଠାରେ ଗୁରୁବାର ପବିତ୍ର ରଥଯାତ୍ରା ଦିନ ଗ୍ରାମବାସୀଙ୍କ ନିଜସ୍ଵ ଉଦ୍ୟମରେ ପବିତ୍ର ନୃସିଂହ ଠାକୁରଙ୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜକ ଜଗନ୍ନାଥ ପଣ୍ଡା ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଧାର୍ମିକ ପରିବେଶ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ଗୋରେଖ ବେହେରା, ସମ୍ପାଦକ ଅଶୋକ କୁମାର ବେହେରାଙ୍କ ସମେତ କମ୍ଭୁପାଣି ବେହେରା, ବିବେକାନନ୍ଦ ବେହେରା,ଅର୍ଜୁନ ବେହେରା, ସୁଲପାଣି ବେହେରା, ଯକ୍ଷ ବେହେରା, ବିପ୍ରଚାରଣ ବେହେରା, ସୁମନ୍ତ ବେହେରା, ଗୁପ୍ତେଶ୍ୱର ବେହେରା,ଚୈ।ଧୁରୀ ବେହେରା,ସପ୍ତେଶ୍ୱର ବେହେରା ଓ ବିରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହାସହ ଗ୍ରାମର ବହୁ ବାପା, ମା’, ଭାଇ ଓ ଭଉଣୀମାନେ ସକ୍ରିୟ ସହଯୋଗ କରିଥିଲେ। ମନ୍ଦିର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ ହୋଇ ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ପୀଠରେ ପରିଣତ ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

