ଫୁଲବାଣୀ,୩୦/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ମେଡିକାଲ କଲେଜ ର ନାମ କୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ଭାବେ ସ୍ବାମୀ ଲକ୍ଷ୍ମଣl ନନ୍ଦ ସରସ୍ଵତୀ ଙ୍କ ନାମରେ ନାମିତ କରିବା ପାଇଁସରକାରୀ ନିର୍ଦେଶ ନାମl କୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ମିଳିତ ମଞ୍ଚ l କଂଧମାଳ ଜିଲ୍ଲାରେ ଅଧା ରୁ ଅଧିକ ଆଦିବାସୀ ଲୋକ ଥିବାବେଳେ ଆଦିବାସୀ ନେତା ମାନଙ୍କ ସହ ଆଲୋଚନା ନ କରି କୁଇ ସମ୍ପ୍ରଦାୟର ଯୋଗ୍ୟ ବ୍ୟକ୍ତି ବିଶେଷ ଙ୍କ ନାମକୁ ବିଚାର କୁ ନ ନେଇ କନ୍ଧମାଳ ଭେଷଜ ମହାବିଦ୍ୟାଳୟ ର ନାମ କରଣ କରି ଅନ୍ୟାୟ କରିଥିବା ଜିଲ୍ଲା ଆଦିବାସୀ ମିଳିତ ମଞ୍ଚ ଉପଦେଷ୍ଟା ତଥା ବରିଷ୍ଠ ଆଦିବାସୀ ନେତା ଆଇନଜୀବି ଲମ୍ବୋଦର କହଁର ସାମ୍ବାଦିକ ସମ୍ମିଳନୀ ରେ ମତ ପ୍ରକାଶ କରିଛନ୍ତି l ସରକାରୀ ଭାବେ ଜାରୀ କରଯାଇଥିବା ନିର୍ଦେଶ କୁ ରଦ୍ଦ କରିବା ପାଇଁ ଦାବୀ କରିଛନ୍ତି l ସରକାର ପନ୍ଦର ଦିନ ମଧ୍ୟରେ ନାମ ପ୍ରତ୍ୟାହାର ନ କଲେ ଆନ୍ଦୋଳନ କୁ ଜୋରଦାର କରିବାକୁ ସେ ଚେତାବନୀ ଦେଇଛନ୍ତି l ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ଆଦିବାସୀ ମିଳିତ ମଞ୍ଚ ସମୀର ଘଟାଲ୍, କାର୍ଯ୍ୟ କାରୀ ସଭାପତି ରମାକାନ୍ତ ମଲିକ, କୁଇ ସମାଜ ସେବୀ ସମିତି ପଞ୍ଚାନନ କହଁର, ପଙ୍କଜ ଦିଗାଲ, ପlଣ ସମାଜ, ଆଦିବାସୀ ନେତା ଗୌତମ ପ୍ରଧାନ, କାର୍ଯ୍ୟ କାରିଣୀ ସଦସ୍ୟ ,ରାଜ୍ଯଆଦିବାସୀ ମହlସଂଘ ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

