ଫୁଲବାଣୀ,୨୯।୦୭(ସୁନୀଲ ପଟ୍ଟନାୟକ):ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନ ବାଡ଼ି ଓ ଲାଇନ ପଡ଼ାର ଦୁଇଯୁବକ ସଞ୍ଜୟ ସାହୁ ଓ ସୁଧୀର ସାହୁ ଗ୍ରୀନବାଡି ଗ୍ରାମର ପଛପଟେ ଗଂଜେଇ ପେକିଙ୍ଗ କରୁଥିଲେ! ଖବର ପାଇ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସଦଳ ବଳେ ଯାଇ ସେମାନଙ୍କୁ କାବୁ କରିବାସହ ୧୫ କେ ଜି ଗଞେଇ ସହ ଦୁଇଟି ମୋବାଇଲ, ଦେଶୀ ଗଂଜେଇ ପେକିଙ୍ଗ କମ୍ପ୍ରେସର ମେସିନ ଓ ଦୁଇଟି ୱେଲଡିଂ ମେସିନ ଜବତ କରିଥିଲେ! ଗିରଫ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ଥାନା କେଶ ନମ୍ବର ୧୯୫/୨୬ ଏଣ୍ଡିପିଏସ ଆକ୍ଟ ରେ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ କରୁଥିବା ଆଇ ଆଇ ସି ଶ୍ରୀ ଜେନା ପ୍ରକାଶ କରିଛନ୍ତି!

