ନୂଆପଡ଼ା,୧।୮(ପରମେଶ୍ୱର ମେହେର):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡୁଆଝର ର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ତା. 01.08.2026ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟଅତିଥି ଭାବରେ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ରବୀନ୍ଦ୍ର କୁମ୍ଭାର ଶୁଭ ଉଦଘାଟନ କରିଥିଲେ, ପରିଚାଳନା ସମିତି ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ତାଣ୍ଡି ସଭାପତିତ୍ୱ କରିଥିଲେ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରମେଶ କୁମାର ହଂସ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କ ପରିଚୟ ପ୍ରଦାନ କରିବା ସହିତ ଜ୍ଞାନ ବିଜ୍ଞାନ ମେଳା ର ଉଦେଶ୍ୟ ଜ୍ଞାପନ କରିଥିଲେ, ବିଚାରକ ଭାବରେ ବିରିଘାଟ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଝୁନି ଚଳାନ, ଡୁଆଝର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ନିର୍ମଳ ଚନ୍ଦ୍ର ନାଗ, ରାଣୀମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଦୁର୍ଲ୍ଲଭ ମେହେର, ନେହେନା ଉଚ୍ଚ ବିଦ୍ୟାଳୟ ର ଗଣିତ ଶିକ୍ଷକ କରୁଣାକର ପୃଷ୍ଟି, ଦାବିରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସୁଶାନ୍ତ ମେହେର, ଆର୍ତ୍ତତ୍ରାଣପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ହେମନ୍ତ ମେହେର,ଯୋଗଦାନ କରି ମୂଲ୍ୟାଙ୍କନ କରିଥିଲେ, ବିଦ୍ୟାଳୟ ର ବିଜ୍ଞାନ ଆଚାର୍ଯ୍ୟ ଶ୍ରୀ ରାମ ପ୍ରକାଶ ପଟେଲ ଙ୍କ ମାର୍ଗଦର୍ଶନ ରେ ଅରୁଣ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 147ଟି ପ୍ରକଳ୍ପ ସ୍ଥାନ ପାଇଥିଲା, ବିଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ର ବାଚନ , ଗଣିତ ପ୍ରଶ୍ନମଞ୍ଚ ଓ ପତ୍ର ବାଚନ , ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ର ବାଚନ, ମୂର୍ତ୍ତିକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅପରାହ୍ନ 1ଘ. 30ମି. ସମୟ ରେ ପୁରସ୍କାର ବିତରଣୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ପୁରସ୍କାର ବିତରଣୀ ଉତ୍ସବ ରେ ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ହେରାମ ମେହେର, ସଂପାଦକ ଶ୍ରୀଯୁକ୍ତ ଜଗମୋହନ ଶବର,ଶିକ୍ଷୟିତ୍ରୀ ଝୁନି ଚଳାନ, ଶିକ୍ଷକ ହେମନ୍ତ ମେହେର,କୋଷାଧକ୍ଷ ଭେଙ୍କଟ ରମଣ ମାଝୀ,ସଦସ୍ୟା କୁନି ମେହେର, ମଞ୍ଚାସିନ ହୋଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ, ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ପ୍ରବୀଣ କୁମାର ସାହୁ ମଞ୍ଚ ପରିଚାଳନା, ବରିଷ୍ଠ ଆଚାର୍ଯ୍ୟା ବୀଣା ଶ୍ରୀ ବିଶି ପୁରସ୍କାର ବିତରଣୀ ,ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ସତ୍ୟଭାମା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ,ବିଦ୍ୟାଳୟ ର କୋଡ଼ିଏ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା , ସେବକ ସେବିକା ଙ୍କ ସହଯୋଗ ରେ ଜ୍ଞାନ ବିଜ୍ଞାନ ମେଳା ସମାପ୍ତ ହୋଇଥିଲା ।

