ବୁଗୁଡ଼ା,୧୩/୮(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୪ତମ ସ୍ଵନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ୧୯୯୩ ଅଗଷ୍ଟ ମାସ ୧୨ ତାରିଖ ଆଜିର ଦିନରେ ମାତ୍ର ଅଳ୍ପ କେତେକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷା ଅନୁଷ୍ଠାନ ଆଜି ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ମହାଦ୍ରୁମ ରୂପେ ପରିଚିତ ହୋଇପାରିଛି। ପ୍ରାତଃ କାଳରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଯଞାନୁଷ୍ଠାନ ଆୟୋଜନ ପୂର୍ବକ ଦେବାଦେବୀଙ୍କ ପୂଜାର୍ଚ୍ଚନା ଓ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା। ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଅପରାହ୍ନରେ ଏକ ସଭା ର ଆୟୋଜନ କରାଯାଇଥିଲା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ମୁଖ୍ୟ ଅଥିତି ରୂପେ ଯୋଗଦେଇଥିଲେ l ଉକ୍ତ ସଭାରେ +2ଓ +3ସ୍ରୋତର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ l ପ୍ରାରମ୍ଭିକ ପର୍ଯାୟ ଠାରୁ ଆଜିପଯ୍ୟନ୍ତ ମହାବିଦ୍ୟାଳୟ ର ଇତିହାସ ର ସ୍ମୃତି ଚାରଣ କରାଯାଇଥିଲା ଓ ଆଗାମୀ ଦିନରେ ଶିକ୍ଷା ର ବିକାଶ କୁ ଆଗେଇ ନେବା ପାଇଁ ଶପଥ କରାଯାଇଥିଲା l ମହାବିଦ୍ୟାଳୟ ଅଟ୍ଟାଳିକା କୁ ରଙ୍ଗୀନ ଆଲୋକମାଳାରେସୁସଜ୍ଜିତ କରାଯାଇଥିଲା lଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ସହ ପ୍ରସାଦ ବଣ୍ଟନ କରାଯାଇଥିଲା l

