ଫୁଲବାଣୀ,୧୪/୦୮(ସୁନୀଲ ପଟ୍ଟନାୟକ):ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ଫୁଲବାଣୀ ସହର ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଦିବସ ମିଳିତ ଆନୁକୁଲ୍ୟରେ ଶହେ ମିଟର ଲମ୍ବା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା l ସକାଳ୮ଟା ରେ ସ୍ଥାନୀୟ କୋରୋନେଶନ ପଡିଆ ରୁ ତ୍ରିରଙ୍ଗା ରlଳୀ ବାହାରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ, ବିଜୁ ପଟ୍ଟନାୟକ ଛକ,ମlଦିକୁଣ୍ଡା ଛକ ଦେଇ ପୋଲିସ ରିଜର୍ଭ ପଡିଆ ରେ ପହଞ୍ଚି ଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ୍ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ, ଜିଲ୍ଲା ପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରସାଦ, ପ୍ରମୁଖ ଯୋଗ ଦେଇ ଦେଶ ବିଭାଜନ ର କଷ୍ଟ ଦାୟକ ସମୟରେ ପ୍ରାଣ ହରାଇଥିବା ଓ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ନିରୀହ ଭାଇ ଭଉଣୀ ଙ୍କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରେ ତାଙ୍କ ଦୁଃଖ ସହ ନିଜକୁ ଏକା କାର କରିବା , ସେମାନଙ୍କ ସଂଘର୍ଷ ଓ ବଳିଦାନ କୁ ସ୍ମରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ, ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ପିଡି ଡି ଆର୍ ଡି ଏ ଶମ୍ଭୁ ନାଥ ନନ୍ଦୀ, ସହରାଞ୍ଚଳ ବିକାଶ ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ,ଉପ ଜିଲ୍ଲାପାଳ ଭିକାରି ସାହୁ, ପ୍ରୋବେସନାର ଆଇ ଏ ଏସ, ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଜିଲ୍ଲା ଶିକ୍ଷଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ଯୋଗ ଦେଇ ପଦ ଯାତ୍ରା ରେ ଯାଇଥିଲେ l ସହର ର ସମସ୍ତ ସ୍କୁଲ୍ ଓ କଲେଜ ଛାତ୍ର ଛାତ୍ରୀ ସ୍ଥାନୀୟ ଜନସାଧାରଣ, ସାମ୍ବାଦିକ, ବୁଦ୍ଧିଜୀବି,ବ୍ୟବସାୟୀ ସାମିଲ ଥିଲେ l ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ତଥା ଜିଲ୍ଲା ସୁଚନା ଅଧିକାରୀ ନଳିନୀ କୁମାର ସାହୁ କାର୍ଯ୍ୟକ୍ରମ ସୂ ପରିଚାଳନା କରିଥିଲେ l ଅଶୋକ ମହାନ୍ତି କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ l

