ଫୁଲବାଣୀ,୧୬।୦୮(ସୁନୀଲ ପଟ୍ଟନାୟକ):ପବିତ୍ର ସ୍ବାଧୀନତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ ର ସଭାପତିତଥା ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଓ ସମ୍ପାଦକତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପକ୍ଷରୁ ସlର୍ତ୍ତାଗୁଡା ନିକଟ ବୃଦ୍ଧାଶ୍ରମ ଠାରେ ଥିବା ଅନ୍ତେଃବାସୀ ମାନଙ୍କୁ ଛତା ଓ ଫଳ ବଣ୍ଟନ କରାଯାଇଥିଲା l ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ, ପ୍ରୋବେସନାର ଆଇ ଏ ଏସ ଜସ୍ବନ୍ତ୍ ସିଂହ, ପ୍ରମୁଖ ଯୋଗ ଦେଇ ଅନ୍ତେବାସୀ ମାନଙ୍କୁ ଫଳ ଓ ଛତା ପ୍ରଦାନ କରିଥିଲେ l ବିଶେଷ କରି ବର୍ଷା ଦିନରେ ଅତି ଆବଶ୍ୟକ ଥିବା ଛତା ଖଣ୍ଡିଏ ପାଇ ଖୁସୀ ଅନୁଭବ କରିଥିଲେ ବୃଦ୍ଧ ଓ ବୃଦ୍ଧା ମାନେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟାରୀଅlନ ତଥା ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିପ୍ର ଚରଣ ପାତ୍ର, ପୁର୍ବତନ ସଭାପତି ଚlର୍ଟର ସଦସ୍ୟ ରବୀ ନାରାୟଣ ସୁବୁଦ୍ଧି, ସମାଜ ସେବୀ ଅଶୋକ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡି ପଦ୍ମା, ଜିଲ୍ଲା ଭିନ୍ନ କ୍ଷମ ଥାଇଥାନ କେନ୍ଦ୍ର ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ପୁର୍ବତନ ସଭାପତି ଦେବେନ୍ଦ୍ର ପାତ୍ର, କେ ଜ୍ଞାନ ଦୋରା, ହରିଶ୍ଚନ୍ଦ୍ର ମହାରଣା, ପ୍ରକାଶ ପଣ୍ଡା, କୁଣ୍ଡନସିଂ ବିରଜା ନାହାକ ମୋନ୍ ରଞ୍ଜନ ପଟ୍ଟନା ୟକ , ଶୁଭ୍ରା ପଟ୍ଟନାୟକ, ସୁନୀତା ନାୟକ, ବିରlଜିନୀ ମହାପାତ୍ର, ଉପେନ୍ଦ୍ର ମହାପାତ୍ର, ସୋନ୍ତୋଶ ପଣ୍ଡା ,ପାୱନ ଅଗ୍ରୱାଲ, ବାବୁଲା ସାହୁ, ସିମଞ୍ଚଲ ବେହେରା ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସମ୍ପୂର୍ଣ୍ଣ ସଫଳ କରିବାରେ ସହଯୋଗ କରିଥିଲେ l

