ଫୁଲବାଣୀ,୨୧/୦୮(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ କୋଟଗଡ ବ୍ଲକ ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତ।ସରକାରୀ ପ୍ରାଥମିକ ବିଦ୍ୟାଳୟ କେରାବାଲି । ଏହି ବିଦ୍ୟାଳୟ ଜଙ୍ଗଲ, ପାହାଡ଼, ପର୍ବତ ଘେରରେ ଅବସ୍ଥିତ। ବିଦ୍ୟାଳୟ ଟି ୨୦୧୦ ମସିହାର ସ୍ଥାପିତ। ହେଲେ ଏତେ ପୁରୁଣା ବିଦ୍ୟାଳୟ ଅତି ଦୁଃଖ ଓ ପରିତାପର ବିଷୟ ଯେ ବହୁ ସମସ୍ୟା ମଧ୍ୟ ରେ ଗତି କରୁଛି।ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିଣ୍ଡିମ ପିଟୁଛନ୍ତି,ଯେ ସର୍ବ ଶିକ୍ଷା ଅଭିଯାନ ସଭିଏଁ ପଡିବେ,ସଭିଏଁ ବଡ଼ିବେ ବୋଲି ନାରାଦେଉଛନ୍ତି ସତ କିନ୍ତୁ,ନାରା ନାରାରେ ହିଁ ରହିଯାଉଛି।ହେଲେ ବାସ୍ତବ ର ଚିତ୍ର ସମ୍ପୂର୍ଣ୍ଣ ଅଲଗା।ଏହି ମାର୍ଲାଙ୍ଗା ପଞ୍ଚାୟତ ର କେରାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଯିଏ ଯାଇ ଦେଖିଛି ସେହିଁ ପ୍ରକୃତ ବିଶ୍ୱାସ କରିବ।ଏତେ ପୁରୁଣା ବିଦ୍ୟାଳୟ ଟିଏ ସତ କିନ୍ତୁ ବହୁତ ସମସ୍ୟା ମଧ୍ୟ ରେ ଗତି କରୁଛି।ଏଥିପ୍ରତି ପ୍ରଶାସନ ର ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଆକର୍ଷଣ ହେଉନଥିବା ଅଭିଭାବକ, ଗ୍ରାମବାସୀ ଓ ବୁଦ୍ଧି ଯିବି ମାନେ ଅଭିଯୋଗ କରିଛନ୍ତି।ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କେରାବାଲି, ଦତ୍ତଲାଉ ସାହି, ନୁଆସାହି ଗ୍ରାମର ଆଖ ପାଖ ଗ୍ରାମର ଛାତ୍ର ଛାତ୍ରୀ ମାନେ ଆସି ଶିକ୍ଷା ଅଧ୍ୟୟନ କରନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଏତେ ପୁରୁଣା ବିଦ୍ୟାଳୟ ବହୁତ ସମସ୍ୟା ମଧ୍ୟ ରେ ଗତି କରୁଛି।ଦୁର ଦୁରନ୍ତା ରୁ ପିଲା ମାନେ ବିଲ ମାଳ, ଜଙ୍ଗଲ, ପାହାଡ଼ ଦେଇ ଆସି ଏହି ବିଦ୍ୟାଳୟ ରେ ପାଠ ପଡନ୍ତ।ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସଂଖ୍ୟା ୩୦ ରୁ ଉର୍ଦ୍ଧ ଜଣ ଶିକ୍ଷା ଅଧ୍ୟୟନ କରନ୍ତି।ଏଠାରେ ମାତ୍ର ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର ପ୍ରଧାନ , ଭାଗବତ ରାୟ ଅଛନ୍ତି।ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରନ୍ତି।ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।ଶ୍ରେଣୀ ଗୃହ ରହିଛି ଦୁଇଟି ଶ୍ରେଣୀକକ୍ଷ ରେ କିଭଳି ପାଞ୍ଚ ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅଧ୍ୟୟନ କରିବେ।ଶେଷରେ ବାଧ୍ୟ ହୋଇ ପିଲାମାନେ ବାରଣ୍ଡାରେ ତ କେତେବେଳେ ଗଛ ମୂଳରେ ବସି ଶିକ୍ଷା ଅଧୟନ କରନ୍ତି। ଯେଉଁ ପୁରୁଣା ଗୃହ ଗୋଟିଏ ରହିଛି ସେହି ଗୃହରୁ ବର୍ଷା ହେଲେ ପାଣି ଗଳୁଛି ଛାତରୁ ପାଣି ଲିକ ହେଉଛି, ଵିମ ଦବି ଯାଇଛି,କାନ୍ଥ ରୁ ସିମେଣ୍ଟ ଖଣ୍ଡ ପଡୁଛି। ବର୍ଷା ଦିନେ ଏହି ବିଦ୍ୟାଳୟ ଭିତରେ ଗୃହ ରେ ଆଣ୍ଠୁଟେ ଲେଖାଏଁ ପାଣି ଜମାଟ ବାନ୍ଧି ରହିଥାଏ। ଏତିକି ସବୁ ସମସ୍ୟା ଥିଲେ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ବସି ପାଠ ପଡୁଛନ୍ତି। କେତେବେଳେ ଯେ କଣ ହେବ କିଛି କହିହେଉନାହିଁ। ଉକ୍ତ ସମସ୍ୟା ଗୁଡିକୁ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଏବଂ ଅଭିଭାବକ ମାନେ ବାରମ୍ବାର କୋଟଗଡ ବିଇଓ ଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟା ର ସମାଧାନ ହେଇ ପାରିଲା ନାହିଁ। ନା ଅଛି ପାନୀୟ ଜଳ ର ସୁବିଧା ନା ଅଛି ପାଠ ପଡିବା ପାଇଁ ଭଲ ବିଦ୍ୟାଳୟ ଗୃହ ଟିଏ। କେରାବାଲି ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ।ପାଞ୍ଚ ଗୋଟି ଶ୍ରେଣୀ କୁ ଗୋଟିଏ ଶ୍ରେଣୀ ଗୃହ ରେ ଚାଲିଛି ଶିକ୍ଷା ଦାନ। ପାଞ୍ଚ ଟି ଶ୍ରେଣୀ କୁ ଦୁଇ ଜଣ ଶିକ୍ଷକ ଅଛନ୍ତି। ଶିକ୍ଷକ ଅଭାବ, ରୋଷେଇ ଗୃହଅଛି ସତ କିନ୍ତୁ ଭାଙ୍ଗି ଯାଇଛି ଟିଣରୁ ପାଣି ଗଳୁଛି। ବର୍ଷା ଦିନରେ ରସେଇ ଘରେ ପାଣି ପଶି ଆଣ୍ଠୁଟେ ଲେଖାଏଁ ପାଣି ରହିଥାଏ। ରୋଷେଇ ମା ମାନେ ଭଙ୍ଗା ଘରେ ନରସେଇ କରି ପିଣ୍ଡା ରେ ରୋଷେଇ କରନ୍ତି ଆଉ ପିଲାଙ୍କୁ ଦେଇଥାନ୍ତି, ରୋଷେଇ ଗୃହ ଆବଶ୍ୟକ। ଶୌଚାଳୟ ନାହିଁ, ଅଫିସ ଗୃହ ନାହିଁ, ପାଚେରୀ ନାହିଁ। ଖେଳ ପଡିଆ ନାହିଁ, ବିଦୁତ ସଞ୍ଜଗ ହେଇନାହିଁ। ପାନୀୟ ଜଳର ସଙ୍କଟ ନଳ କୂପ ଟିଏ ମଧ୍ୟ ରହିଛି ସତ କିନ୍ତୁ ଦୂଷିତ ପାଣି ବାହାରୁଚି ବ୍ୟବହାର କରିବା ସମ୍ଭବ ନାହିଁ , ରୋଷେୟା ମା ମାନେ ଅଧ କିଲୋମିଟର କିମି ଯାଇ ଚୁଆ ପାଣିକୁ ଛାଣି ଛାଣି ଆଣି ରୋଷେଇ କରି ଥାନ୍ତି, ସୋଲାର ପାଣି ଟାଙ୍କି ର ଆବଶ୍ୟକ ରହିଛି। ପାଚେରୀ ନିହାତି ଦରକାର କାରଣ ବିଦ୍ୟାଳୟ ଭିତରେ ଗାଈ, ଛେଳି, ମଇଁଷି, କୁକୁର, ମେଣ୍ଢା, ଘୁଷୁରୀ ବିଦ୍ୟାଳୟ ଭିତରେ ବାସ ଗୃହ କରି ରହିଛନ୍ତି। ଏତେ ସବୁ ସମସ୍ୟା ଥିଲେ ମଧ୍ୟ ଦୁଇ ଜଣ ଶିକ୍ଷକ ଏହି କେରାବାଲି ଗ୍ରାମରେ ରହି ପିଲାମାନଙ୍କୁ ଶିକ୍ଷା ଖାଦ୍ୟ ନିଅମିତ ଭାବରେ ଦିଅନ୍ତି। ସରକାରଙ୍କ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଦ୍ୟାଳୟ ର ଗଣେଶ ପୂଜା, ସ୍ୱରସ୍ବତୀ ପୂଜା, ଅଗଷ୍ଟ ୧୫,ଜାନୁୟାରୀ ୨୬ଏବଂ ଗୁରୁଦିବସ, ଗାନ୍ଧୀ ଜୟନ୍ତୀ ପାଳନ କରନ୍ତି। ଏହି କେରାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଟି ବଣ,ଜଙ୍ଗଲ,ପାହାଡ଼, ପର୍ବତ ମଧ୍ୟ ରେ ରହିଛି ବୋଲି ବଧେ ପ୍ରଶାସନ ଅଧିକାରୀଙ୍କ ଏ ବିଦ୍ୟାଳୟ ପ୍ରତି ନଜର ଜମାରୁ ମଧ୍ୟ ନାହିଁ। ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ କହିବା ଅନୁଯାଇ ତୁରନ୍ତ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଉ ଏବଂ ବିଦ୍ୟାଳୟ ର ସମସ୍ୟା ଗୁଡିକୁ ସମାଧାନ କରାଯାଉ ନଚେତ ଆଗାମୀ ଦିନରେ ବିଦ୍ୟାଳୟ ତାଲା ପକାଇ ବିଇଓ ଅଫିସ,ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମାନେ କହିଛନ୍ତି।ଅଭିଯୋଗ କାରି ଯଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଅନକ ମଲିକ, ଦେବେନ୍ଦ୍ର ମଲିକ, ନମିତା ମଲିକ, ଚଂଚଳା ସୁନା ମାଝୀ ।

