ଫୁଲବାଣୀ ୨୫।୦୮(ସୁନୀଲ ପଟନାୟକ):ସରକାରଂକ ବ୍ୟାପକ ସଚେତନତା ସତ୍ତ୍ଵେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଲୋକେ ଡାକ୍ତର ଖlନା କୁ ନ ଯାଇ ଝଡ଼ା ଫୁଙ୍କା ଓ ଗୁଣିଆ ଉପରେ ନିର୍ଭର କରୁଛନ୍ତି ଯାହା ଫଳରେ ଲୋକେ ଅକlରଣରେ ମୃତ୍ୟୁ ବରଣ କରୁଛନ୍ତି l ସେହି ପରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛପଡ଼ା ନିକଟ ନେଡି ପଙ୍ଗା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି l ବିବାହ ର ଦୀର୍ଘ୍ ବର୍ଷ ପରେ ସନ୍ତାନ ନ ହେବାରୁ ସନ୍ତାନ ପାଇଁ ଭଲ ଡାକ୍ତର ଙ୍କ ପରାମର୍ଶ ନ କରି ଗୁଣିଆ ଉପରେ ବିଶ୍ବାସ କରି ଗ୍ରାମ ର ଲଳିତା କହଁର ଓ ସ୍ଵାମୀ କାହୁଁ କହଁର ବାଲିଗୁଡ଼ା ଅଞ୍ଚଳ ର ଜଣେ ଗୁଣିଆ ନିକଟରୁ ଔଷଧ ଆଣି ଖାଇବା ପରେ ସ୍ତ୍ରୀ ଲଳିତା ର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି l ସୁଚନା ଯୋଗ୍ୟ ଯେ, ଲଳିତା ଓ କାହୁଁ ଙ୍କୁ ଗୁରୁତର ଅବସ୍ଥାରେ ସମାଜ ସେବୀ ତଥା ଶ୍ରମିକ ନେତା ଘନ ଶବର ଚିକିତ୍ସା ପାଇଁ ପ୍ରଥମେ ଫୁଲବାଣୀ ମେଡିକାଲ୍ ରେ ଭର୍ତ୍ତି କରିଥିଲେ ଓ ପରେ ଅଵସ୍ଥା ଶୋଚନୀୟ ହୋଇପଡ଼ିବା ଦେଖି ଆମ୍ବୁଲାନ୍ସ ରେ ବ୍ରହ୍ମପୁର ସ୍ନା ନା ନ୍ତର କରଯାଇଥିଲା l ତେବେ ବ୍ରହ୍ମପୁର ବଡ ମେଡିକାଲ୍ ରେ ଲଳିତା ଙ୍କ ମୃତ୍ୟୁ ହୋଇଥଲା ସ୍ଵାମୀ କାଂହୂ କହଁର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ତେବେ ପୋଲିସ ତଦନ୍ତ କରି ଗୁଣିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜ ସେବୀ ତଥା ଶ୍ରମିକ ନେତା ଘନ ଶବର ଦାବୀ କରିଛନ୍ତି l

