ଫୁଲବାଣୀ:ଜନବାଣୀ,୨୨/୦୬(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ପକ୍ଷରୁ ସୋମବାର ମାନସୀକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମାନସିକ ସ୍ତରରେ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ସୁସ୍ଥ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ସମସ୍ତ ଙ୍କ ଆନ୍ତରିକ ସହଯୋଗ ଆବଶ୍ୟକ ବୋଲି ଉପସ୍ଥିତ ମଞ୍ଚସିନ ଅତିଥି ମାନେ କହିଥିଲେ l ସ୍ଵାତୀ ପକ୍ଷରୁ ବେଶିକ ନିଡ୍ସ ଇଣ୍ଡିଆ ସହଯୋଗ ରେ ହାତକୁ ନିଆଯାଇଥିବା ମାନସୀ କ ରୋଗୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯକ୍ରମ ମାନ ହାତକୁ ନେଇଥିବା ରୁ ସ୍ଵାତୀ କର୍ମକର୍ତ୍ତା, ଓ ମୁଖ୍ୟ ଇଁ.ହରିସଙ୍କର ରାଉତ୍ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l ସ୍ଵାତୀ ସମ୍ପାଦକ ଇଁ. ରାଉତ ଙ୍କ ନିଷ୍ଠା ପର ଉଦ୍ୟମ,ଆନ୍ତରିକତା, ଦକ୍ଷତା ଓ ସଚ୍ଚୋଟତା ଯୋଗୁଁ ଦୀର୍ଘ ୨୮ବର୍ଷ ଧରି ଏହି ସଙ୍ଗଠନ ଜିଲ୍ଲା ଓ ଜିଲ୍ଲା ବାହାର ର ଗରୀବ ଲୋକଙ୍କ ସାମାଜିକ,ସାଂସ୍କୃତିକ ଶିକ୍ଷାଗତ, ଓ ଅର୍ଥ ନୈତିକ ଉନ୍ନତୀପାଇଁ ସଫଳତାର ସହ କାର୍ଯ୍ୟ କରି ଆସିଛିବୋଲି ବିଧାୟକ ପ୍ରଧାନ କହିଥିଲେ lଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗ ଦେଇ ମାନସିକ ସ୍ଵାସ୍ଥ୍ୟ ରୋଗୀ ଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଷ୍ଠା ଓ ଆନ୍ତରିକତା ର ସହ ନିଃସ୍ଵାର୍ଥପର ଭାବେ ସେବା ଯୋଗାଇଦେଉଥିବା ପ୍ରକାଶ କରି ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ l ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ବିଧାୟକ ପ୍ରଧାନ ଆଶା କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ଵାତୀ ସଙ୍ଗଠନ ର ସମସ୍ତ କର୍ମଚାରୀ କାର୍ଯ୍ୟ କ୍ରମ କୁ ସଫଳ କରିବା ଦିଗରେ ଅlନ୍ତରିକ ସହଯୋଗ କରିଥିଲେ l

