ଫୁଲବାଣୀ,୦୧।୦୧୦( ସୁନୀଲ ପଟ୍ଟନାୟକ):ସାରା ରାଜ୍ୟ ରେ ଅlଙ୍ଗନ୍ କା ଉତ୍ସବ ଚାଲି ଥିବା ବେଳେ ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ମଲିକ ପୋଡି ପଂଚାୟତ ଅନ୍ତର୍ଗତ କlମ୍ବlନାଯୁ ଅଙ୍ଗନ୍ ୱାଡ଼ି କେନ୍ଦ୍ର ରେ ୪ଶିଶୁ ଙ୍କୁ ରଖି ବାହାର ପଟୁ ତାଲା ଠୁ କି ପାଲେଇଥିବା ଦେଖିବlକୁ ମିଳିଛି l ମଲିକ ପୋଡି ପଂଚାୟତ ର ସରପଞ୍ଚ ଝରଣା ପ୍ରଧାନ ଙ୍କ ସମେତ ଗାଁ ସାଥୀ ଓ ଅନ୍ୟ ମାନେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ପାଇଁ କାମ୍ବା ନାଯୁ କେନ୍ଦ୍ର ରେ ପହଞ୍ଚିବା ବେଳେ ଭିତରେ ୪ଶିଶୁ ଥିବା ବେଳେ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ l ପଚାରିବା ବେଳେ ଅଙ୍ଗନୱାଡ଼ି କର୍ମୀ ଶ୍ରଦ୍ଧାଞ୍ଜଳୀ ଦିଗାଲ ଓ ସହାୟିକା ସୁମିତ୍ରା ପ୍ରଧାନ କୁଆଡ଼େ ଚାଉଳ ଆଣିବା ପାଇଁ ସେମାନଙ୍କୁ ତାଲା ପକାଇ ଯାଇଥିବା ଜାଣିବାକୁ ପାଇଥିଲେ l ତେବେ ଏ ଭିତରେ ଖବର ପାଇ ଶିଶୁଙ୍କ ଅବିଭାବକ ମାନେକେନ୍ଦ୍ରରେ ପହଞ୍ଚି ତାଙ୍କ ପିଲା ମାନେ ଭିତରେ ଥିବା ଦେଖିଥିଲେ l ଏ ନେଇ ସି ଡି ପି ଓ ଙ୍କୁ ଅଭିଯୋଗ କରିବା ପରେ ସେ ସୂପର ଭା ଇ ଜର ଙ୍କୁ ପଠାଇ ତଦନ୍ତ କରି ଥିଲେ l ଓ ଅବହେଳା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ର କର୍ମୀ ଓ ସହାୟିକାଙ୍କୁ କାହିଁକି ଓ କେଉଁ ପରିସ୍ଥିତି ରେ ବାହାରୁ ତାଲା ପକାଇ ରଖାଯାଇଥିଲା କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି l ଶିଶୁ ମାନଙ୍କ ପ୍ରତି ଗୁରୁତର ଅବହେଳା ପ୍ରଦର୍ଶନ ପାଇଁ ଚାକିରି ରୁ ବହିଷ୍କାର କରିବାକୁ ଦାବୀ ହେଉଛି l

