ରାୟଗଡ,୩୧।୧୦(ଅମୂଲ୍ୟ ନିଷଙ୍କ):ଆଜି ରାୟଗଡ ଜ଼ିଲ୍ଲା ର ଭୀମପୁରଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ପ୍ରସାଦ ଦାଶ ଏବଂ ବଡ଼ଆଲୁବାଡ଼ି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶେଖ ତାଫୁରିଦ୍ଦିନ ଚାକିରିରୁ ଅବସର ଗ୍ରହଣ କରିଛନ୍ତି।ଏହି ଦୁଇ ପ୍ରଧାନ ଶିକ୍ଷକ ଅତ୍ୟନ୍ତ ଛାତ୍ରବତ୍ସଳ ଏବଂ ନିଜ କର୍ତ୍ତବ୍ୟ ପ୍ରତି ସଦା ସମର୍ପିତ ଥିବାରୁ ସହକର୍ମୀ ଓ ଅଭିଭାବକ ମହଲରେ ବେଶ ପରିଚିତ। ବିଦ୍ୟାଳୟରେ ଉତ୍ତମ ପାଠଦାନ ସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ଓ ବିଦ୍ୟାଳୟର ଉର୍ନତି ପାଇଁ ସେମାନେ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ।ସେମାନଙ୍କ ଅବସର ଗ୍ରହଣ ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ, ସହକର୍ମୀ ଓ ପୁରାତନ ସହପାଠୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସ୍କୁଲ ଶିକ୍ଷକ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜନ କରଯାଇଥିଲା l

