ଫୁଲବାଣୀ,୩୧।୧୦(ସୁନୀଲ ପଟ୍ଟନାୟକ):ଜି ଉଦୟ ଗିରି ୮ ନମ୍ବର ୱାର୍ଡରେ ବାତ୍ୟା ଜନିତ ପ୍ରବଳ ବର୍ଷାରେ ଘର ଭାଙ୍ଗି ଯାଇଛିl ପ୍ରଶାସନ ପକ୍ଷରୁ ରିଲିଫ କାର୍ଯ୍ୟ ଯୋର ସୋର୍ ରେ ଚାଲିଛି! ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଜି ଉଦୟଗିରି ଏନ ଏ ସି ର ଆଠ ନମ୍ୱର ୱାର୍ଡ ରେ ବହୁତ ଘର ଭାଙ୍ଗିଛି! ତହସିଲଦାର ଙ୍କ ନିର୍ଦ୍ଧେଶରେ ତୁରନ୍ତ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି! କ୍ଷତି ଗ୍ରସ୍ତ ଲୋକଙ୍କୁ ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି! ଲୋକେ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରୁ ରିଲିଫ ସାମଗ୍ରୀ ନେଉଛନ୍ତି l ଆଉ କିଛି କ୍ଷତି ଗସ୍ତ ଳୋକଙ୍କୁ ପୌର ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l ଏନ୍ ଏ ସି ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ରିଲିଫ କ୍ୟାମ୍ପ ରେ ପହଞ୍ଚି ତାଦରଖ କରିବା ସହ ଖାଦ୍ୟ ପରିବେଷଣ କରିଥିଲେ l ପୌର ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ସୁଶ୍ରୀ ଶତପଥୀ ଓ ନିର୍ବାହୀ ଅଧିକାରୀ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଆଗ୍ରହ ପ୍ରକାଶ ଯୋଗୁଁ କ୍ଷତି ଗସ୍ତ ଳୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଦେଖିବlକୁ ମିଳିଛି l

