ଭଞ୍ଜନଗର,୧୭।୭(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବ୍ରାହ୍ମଣ ପଦର ଅଞ୍ଚଳରେ ଏକ ହରିଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସମୟରେ ମୁଜାଗଡ ବନାଞ୍ଚଳର ରମ୍ଭା ସେକସନ ଅଧିନ ନିଧିଆପଲ୍ଲି-ଗାଲେରି ରାସ୍ତାର ବ୍ରାହ୍ମଣପଦର ଗ୍ରାମ ନିକଟରେ ଆହତ ହରିଣ ପଡ଼ିଥିବା ଦେଖି କିଛି ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ମୁଜାଗଡ ଓ ରମ୍ଭା ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ମୁଜାଗଡକୁ ଆଣିଛନ୍ତି। ସେଠାରୁ ପ୍ରାଣୀ ଚିକିତ୍ସାଳୟକୁ ତାର ଚିକିତ୍ସା ପାଇଁ ନିଆଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଆହତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ। କୌଣସି ଅଜଣା ଗାଡ଼ି ଧକ୍କାରେ ହରିଣ ଆହତ ହୋଇଥିବା ବିଭାଗୀୟ କର୍ମଚାରୀ ଅନୁମାନ କରୁଛନ୍ତି।

