ଫୁଲବାଣୀ,୦୨/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ର ଅତିଥି ଅଧ୍ୟାପିକା ତେଜସ୍ଵୀନୀ ପାଢୀ (୨୮) ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ତେଜସ୍ଵୀନୀ କାହିଁକି, କଣ ପାଇଁ, କେଉଁ ପରିସ୍ଥିତିରେ ଆତ୍ମ ହତ୍ୟା କଲେ ସ୍ପଷ୍ଟ ହୋଇନାହିଁ l ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ର ଶ୍ରୀରାମ ନଗର ବୋଲି ଜଣାପଡିଛି l ଖବର ପାଇ ମା ଭାଇ ଓ ପରିବାର ଲୋକେ ପହଞ୍ଚି ଛନ୍ତି l ଅଧ୍ୟାପିକା ଝିଅ ର ଅକାଳ ମୃତ୍ୟୁ ରେ ମା କାନ୍ଦି କାନ୍ଦି ବେହୋସ୍ ହୋଇ ପଡ଼ୁଛନ୍ତି l ଅତିଥି ଅଧ୍ୟାପିକା ତେଜସ୍ଵୀନୀ ଫୁଲବାଣୀ ର ମାଦିକୁ ନ୍ଦା ଛକ ର ଏକ ଘର ଭଡ଼ା ନେଇ ଏକାକୀ ରହୁଥିଲେ l ତେବେ ବିଭାଗୀୟ ଉଚ୍ଚ କତୃପକ୍ଷ ଙ୍କ କୌଣସି ଚାପର ବଶବର୍ତ୍ତି ହୋଈ ହୁଏତ ମୃତ୍ୟୁ କୂ ଆପଣାଇ ଥିବା ଅନୁମାନ କରାଯାଉଛି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି l ଅଧ୍ୟାପିକା ଝିଅ ର ଅକାଳ ମୃତ୍ୟୁ କୂ ସହଜ ରେ ଗ୍ରହଣ କରିପାରୁ ନାହାନ୍ତି ମା l ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି l

