୨୦୨୬-୨ ୭ରେ ୩୪୫ଟି ନୂତନ କାର୍ଯ୍ୟାଦେଶ ପ୍ରଦାନ
ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ସରକାର ଗରିବ ବାସହୀନ ପରିବାର ଙ୍କ ପାଈଁ ଅନ୍ତୋ ଦୟ ଗୃହ ଯୋଜନା ପ୍ରଣୟନ କରିଛନ୍ତି l ଆଉ ପ୍ରତିବର୍ଷ ମାଗଣା ରେ ଗୃହ ନିର୍ମାଣ ପାଇଁ ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି l କଂଧମାଳ ଜିଲାର ରାଇକିଆ ବ୍ଲକ୍ ରେ ଏହି ଯୋଜନା ଆଶାତୀତ ସଫଳତା ହାସଲ କରିଛି l ଗତ ବର୍ଷ ୨୦୨୫/୨୬ଆର୍ଥିକ ବର୍ଷ ରେ ବ୍ଲକ ପକ୍ଷରୁ ୬୨୮ଗୃହ ପ୍ରଦାନ କରାଯାଇଥିବା ବେଳେ ୨୦୨୬/୨୭ ବର୍ଷ ରେ ୩୪୫ଟି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ରାଇକିଆ ପଂଚାୟତ ରେ ୫୮ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଛି l ବିଶେଷ କରି ଝାଟି ମାଟି କୁଡ଼ିଆ ରେ ରହି ଦୁର୍ବିସହ ଜୀବନ ଯାପନ କରୁଥିବା ଗରୀବ ଲୋକଙ୍କୁ ସ୍ଥାୟୀ ପକ୍କା ଛାତ ଘର ଯୋଗାଇ ସେମାନଙ୍କ ସ୍ବପ୍ନ ସlକlର କରାଯାଇଥିବାରୁ ଗରୀବ ଲୋକେ ବେଶ ଖୁସି ଅନୁଭବ କରିଥିବା ଜଣା ପଡିଛି l ରାଇକିଆ ବ୍ଲକ ବିଡ଼ିଓ ସବ୍ୟସାଚୀ ସାହୁ, ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମହେଶ ପଟ୍ଟନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ଓ ସର୍ବୋପରି ପଂଚାୟତ ସମିତି ଅଧକ୍ଷ ରୀନା ପ୍ରଧାନ ଙ୍କ ଆଗ୍ରହ, ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି l ଏସବୁ ଗୃହ ନିର୍ମାଣ କାର୍ଯ୍ୟ ଯେପରିଉନ୍ନତ ମାନର ହେବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବ ସେଥିପ୍ରତି ବିଡିଓ ସାହୁ ଓ ଯନ୍ତ୍ରୀ ମାନେ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି l

