ଫୁଲବାଣୀ,୨୩/୦୭(ସୁନୀଲ ପଟ୍ଟନାୟକ):ପୋଲିସ ନିର୍ଦେଶକ ଙ୍କ ନିର୍ଦେଶ କ୍ରମେ ଅନ୍ୱେଷା -୩ ରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ସହ କାର୍ଯ୍ୟ କରି ଜିଲ୍ଲାରୁ ନିଖୋଜ ହୋଇଥିବା ୧୨୯ ଜଣ ମହିଳା ଙ୍କୁ ପୋଲିସ୍ ଠାବ କରି ଥିବା ବେଳେ ୯ ଜଣ ନାବାଳିକା କୁ ମଧ୍ଯ ଉଦ୍ଧାର କରlଯାଇଥିବା ପୋଲିସ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଜୁଲାଇ ୧୭ରୁ ୨୨ ଯାଏ ପାଞ୍ଚ ଦିନ ଧରି ଜିଲ୍ଲା ଓ ଜିଲ୍ଲା ବାହାର ର ବିଭିନ୍ନ ସ୍ଥାନ ରେ ତଦନ୍ତ କରି କନ୍ଧମାଳ ପୋଲିସ ର ସ୍ୱତନ୍ତ୍ର ଟିମ୍ ୧୨୯ଜଣ ମହିଳା ଓ ୯ଜଣ ନା ବାଳିକା କୁ ଉଦ୍ଧାର କରିଛି l ୧୨୯ ଜଣ ମହିଳା ଘର ଲୋକଙ୍କୁ ନ ଜଣାଇ ଚାଲିଯିବା ଫଳରେ ପରିବାର ଲୋକ ନିଖୋଜ ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ l ସେହିପରି ୯ଜଣ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଥିବା କୁହାଯାଉଛି l ସେମାନଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି l ତେବେ ଟାଉନ ପୋଲିସ ୨୩ଜଣ ମହିଳା ଓ ଜଣେ ନାବାଳିକା ଉଦ୍ଧାର କରିଥିବା ବେଳେ ଖଜୁରିପଡା ପୋଲିସ ୨୪ଜଣ ମହିଳା ଓ ୨ଜଣ ନାବାଳିକା ମଧ୍ଯ ଉଦ୍ଧାର କରି ଉଲ୍ଲେ ଖନୀୟ୍ କାର୍ଯ୍ୟ କରିଥିବା ଏସପି ରମେନ୍ଦ୍ରପ୍ରସାଡ କହିଛନ୍ତି l କନ୍ଧମାଳ ଜିଲାରେ ଯଦି କୌଣସି ମହିଳା ନିଖୋଜ କିମ୍ବା ଅପହରଣ କିମ୍ବା ନିର୍ଯାତନା ର ଶିକାର ହେଉଛନ୍ତି, କିମ୍ବା କୌଣସି ନାବାଳିକା ମଧ୍ଯ ଏଭଳି କୌଣସି ସମସ୍ୟା ର ସମ୍ମୁଖୀନ ହେଲେ ତୁରନ୍ତ ନିକଟସ୍ତ ଥାନରେ କିମ୍ବା ୧୧୨ନମ୍ବର କୁ କଲ କରି ଜଣାଇବାକୁ ଏସପି ରମେନ୍ଦ୍ର ପ୍ରସାଦ ପରାମର୍ଶ ଦେଇଛନ୍ତି l କନ୍ଧ ମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ରେ ସୁଧାର ଆସିବା ସହ ମହିଳା ମାନଙ୍କୁ ସୁରକ୍ଷା ସହ ସଠିକ ନ୍ୟାୟ ମିଳି ପାରୁଥିବା କୁହାଯାଇଛି l

