ଗଜପତି,୩୦/୦୫,(ଟିକି ଲିମା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଅଣଦେଖା। ଅନ୍ ଲାଇନ ମାଧ୍ୟମରେ କିଛି ବିଦ୍ୟୁତ ଉପକରଣ ଆଣି ଥିଲେ ତାହାର ସର୍ଭିସ ମିଳୁ ନଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ବର୍ତ୍ତମାନ ଗରମ ବଢ଼ି ଚାଲି ଥିବା ବେଳେ ରୌଦ୍ର ତାପରୁ ମୁକ୍ତି ପାଇବାକୁ ଫ୍ଲିପ କାର୍ଟ ରୁ ଗୋଟେ ପରିବାର ଏଲ ଜି କମ୍ପାନୀ ର ଏକ ଏସି ମଗେଇ ଥିଲେ। ଉକ୍ତ ଏ ସି ପାଇଁ ପର ଦିନ ଇନଷ୍ଟ ଲେସନ୍ ପାଇଁ ମୋବାଇଲ୍ ରେ ମେସେଜ ଆସିଥିବା ବେଳେ ଆଜକୁ ଆଠରୁ ନ ଦିନ ବିତି ଯାଇଥିଲେ ହେଁ ଏଵେ ଯାଏଁ ଉକ୍ତ ଏସି ଟି ଲଗା ଯାଇ ପାରି ନାହିଁ। ଏ ନେଇ ଯଦି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଫୋନ୍ କଲେ ଆଜି କାଲି କହି ଖସି ଯାଉଛି। ଏପରିକି ଇନଷ୍ଟ ଲେସନ୍ ପାଇଁ ଦେଇଥିବା ନମ୍ବର ବି ସୁଇଚ ଅଫ୍ ଦେଖାଉଛି। ଏହା ଜଣଙ୍କ ସମସ୍ୟା ନୁହଁ ଏହା ପ୍ରାୟ ଅନ ଲାଇନ ରେ ଆଣିଥିବା ଲୋକଙ୍କ ସମସ୍ୟା ଥିବା ଶୁଣିବାକୁ ମିଳୁଛି। ସୂଚନାରୁ ପ୍ରକାଶ ଯେ ଯେଉଁ ମାନେ ଏହି ଇନଷ୍ଟ ଲେସନ୍ ଦାୟିତ୍ୱରେ ରହୁଛନ୍ତି ସେମାନେ ଜାଣି ଶୁଣି ଭିତର ବୁଝାମଣା ରେ ଏପରି କରୁଛନ୍ତି। ତେଣୁ କମ୍ପାନୀ ଗୁଡ଼ିକ ଏଭଳି ମନ ମୁଖୀ କରୁଥିବା ବ୍ୟକ୍ତିଙ୍କୁ ଛଟେଇ କରିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି।

