ଫୁଲବାଣୀ,୨୫/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଅବକାରୀ ବିଭାଗ କୁ ମିଳିଛି ବିପୁଳ ସଫଳତା l ଅବକାରୀ ବିଭାଗ ସୂପରିଟେଣ୍ଡ୍ ଣ୍ଟ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବାସ୍କେ ଙ୍କ ନେତୃତ୍ଵ ରେ ଅବକାରୀ ସ୍କ୍ୱାର୍ଡ ଦଡକି ଛକ ରେ ଚଢାଉ କରି ଏକ ହlଇୱା ସମେତ ୪ଶ ହ କେ ଜି ଗଞେଇ ଜବତ କରିଛି l ଏଥି ସହ ବିହାର ଭୋଜପୂର୍ ଅଞ୍ଚଳ ର ବବ୍ରୁ ଯାଦବ ନlମକ ଜଣେ ଡ୍ରାଇଭର କୁ ଗିରଫ କରିଛି ଅବକାରୀ ବିଭାଗ l ଅବକାରୀ ବିଭାଗ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବlସ୍କେ ଙ୍କ ନିଷ୍ଠାପର ଉଦ୍ୟମ,ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଫୁଲବାଣୀ ସଦର ସମେତ ଜିଲାରେ ବେଆଇନ୍ ଗଞେଇଚାଷ ଓ ଚୋରା ଚାଲାଣ କୁ ରୋକା ଯାଇ ପାରିଥିବା ଦେଖିବlକୁ ମିଳିଛି l ନିୟମିତ ପେଟ୍ର ଲିଂ ସାଂଗକୁ ଚଢାଉ ଯୋଗୁଁ ଗାଞ୍ଜେଇ ମାଫିଆ ସlବାଡ ହୋଇଥିବା କୁହାଯାଉଛି l ଅନ୍ୟ ମାନଙ୍କ ମଧ୍ୟରେ ସମୀର ରଞ୍ଜନ ଭୋଇ, ସଦାଶିବ ରଣl, ସଚିନ ଗୁରୁ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

