ବୋଲଗଡ଼,୨୬/୦୫,(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ବ୍ଳକ ଅସରଳା ବ୍ରାହ୍ମଣ ସାହିରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଠବିଂଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଅଷ୍ଟମ ଦିବସରେ ଅଗଂଦ ଦୗତ୍ଯ, ଯୁଦ୍ଧ କାଣ୍ଡ ଓ ରାମ ଅଯୋଧ୍ୟା ପ୍ରତ୍ଯାଗମନ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଧ୍ୟାମିକ କାର୍ଯ୍ୟକ୍ରମ ରେ ବ୍ଯାସ ରୂପେ ଭବାନୀ ଶଙ୍କର ମିଶ୍ର ଏବଂ ରମେଶ ଚନ୍ଦ୍ର କର ଧାରକ ରୂପେ ଯୋଗ ଦେଇଥିବା ବେଳେ ପରେଶ କୁମାର ମହାପାତ୍ର ଓ ଲକ୍ଷ୍ମଣ ବରାଡ କତ୍ତା ହୋଇଥିଲେ। ପ୍ରତ୍ଯହ ସୂର୍ଯ୍ୟ ପୂଜା, ଗୋପୂଜା, ସତସଂଘ, ଓ ନାମ ସଂକୀର୍ତନ କରାଯାଇଥିଲା। ସେହିପରି ରାତିରେ ରାଜ୍ୟ ର ଲବଧି ପ୍ରତିଷ୍ଠିତ ପ୍ରବଚକ ଡ ପ୍ରଦୀପ ଜେନା, ଶୁକଦେବ ପଣ୍ଡା, ସନ୍ଥ ସନ୍ତୋଷ ଚୈତନ୍ୟ ଓ ହରିହର ଜେନା ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ପ୍ରତ୍ୟେହ ଅପରାହ୍ନ ସମୟରେ ବାଳଭୋଗ ଓ କ୍ଷୀରି ଭୋଗ ବଣ୍ଟନ କରାଯାଉଛି। ଏହି ରାମ ଚରିତ ମାନସରେ ଅମ୍ରିତ କୁମାର କର, ପ୍ରସନ୍ନ କୁମାର କର, ବିଭୂପ୍ରସାଦ କର, କଣ୍ଡୁରୀ ଚରଣ ମହାପାତ୍ର, ମଧୂସୁଦନ ମହାପାତ୍ର ସାମଲ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ରାତିରେ ଆଖପାଖ ଅଚଂଳରୁ ରାମ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇ ରାମକଥା ଅମୣତ ପାନ କରିଥିଲେ

