ପୁରୁଷୋତ୍ତମପୁର,୨୦/୪: (ଶୁଭଙ୍କରୀ ଦାଶ):ଚାଷ ପାଇଁ ଚିନ୍ତାରେ ଚାଷୀ. ଆଜି ଅକ୍ଷୟ ତୃତୀୟା. ଗୋଟିଏ ପଟେ ଉତ୍ପାଦିତ ଧାନ ଏ ପର୍ଯ୍ୟନ୍ତ ବିକ୍ରି ହୋଇ ପାରିନଥିବା ବେଳେ ସେପଟେ ଧାନ ଚାଷ ଅନୁକୂଳ କରିବା ସମୟ ଆଜି ଆସିଲାଣି. କେମିତି କରିବୁ ଚାଷ ସେ ନେଇ ଚିନ୍ତାରେ ଚାଷୀ. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଏନଏସିରେ .ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ସଭାପତି, ୱାଇ ମକୁନ୍ଦ ରାଓ, ସମ୍ପାଦକ କିଶୋର ଶାସମାଲ, କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼ , ଓ ବରିଷ୍ଟ ଚାଷୀ ମନ ମୋହନ ପାଢ଼ୀ ଙ୍କ ସହିତ ଅନେକ ଚାଷୀ ମାନେ | ଆଜି ଅକ୍ଷୟ ତୃତୀୟା. ଚାଷୀ ତାର ଚିରା ଚରିତ ପ୍ରଣାଳୀ ରେ ରୀତି ନିତି ଅନୁସାରେ ପୂଜା ପାର୍ବଣ କରି ହଳ ଲଙ୍ଗଳ ସହିତ କ୍ଷେତରେ ଚାଷ କରି ଧାନ ବୁଣିବାର ବିଧାନ କେଉଁ ଯୁଗରୁ କରି ଆସୁଛି | ଆଜି ମଧ୍ୟ ବିଲରେ ସେହି ନିତି ଅନୁସାରେ ପୂଜା କରି ଅଖିମୁଠି ବପନ କରି ମା ମହାଲକ୍ଷ୍ମୀ ଙ୍କର ଚରଣ ରେ ଶରଣ ପଶିଛି | ଏପରି ଦୃଶ୍ୟ ଦେଖିବାକୁମିଳିଛିପୁରୁଷୋତ୍ତମପୁର ଏନଏସିର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ଙ୍କ ଦ୍ୱାରାକରାଯାଇଥିବା ଅଖିମୁଠି ଅନୁକୁଳ କୁ ନେଇ |ସକାଳୁ ସକାଳୁ ହଳ ଲଙ୍ଗଳ ସହିତ ଅଖି ମୁଠି ପେଡି ଓ ମହାଲକ୍ଷ୍ମୀଙ୍କ ଫୋଟ ସହିତ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାର୍ଚନା କରାଯାଇ ଆରତ୍ରିକ, ପୁଷ୍ପାଞ୍ଜଳି ପରେ ଅନ୍ୟ ଚାଷୀ ଭାଇଙ୍କ ସହିତ ବିଲରେ ହଲକରି ଅଖିମୁଠି ବୁଣି ହଳିଆ ଗୀତ ଗାଇଥିଲେ | ଏମାନଙ୍କ ସହିତ କିଛି ଚାଷୀନେତା ଙ୍କୁ ଡାକିଥିଲେ ସ୍ଵପ୍ନେଶ୍ଵର କୃଷକ ସଙ୍ଘର ସଭାପତି ୱାଇ ମକୁନ୍ଦ ରାଓ , ସେମାନେ ହେଲେ ବରିଷ୍ଠ ଚାଷୀ ଅରୁଣ ପଣ୍ଡା,ଏମପି ନମିନି ଅନିଲ କୁମାର ପଣ୍ଡା, ଓ ଯଂଜ୍ଞ ନାରାୟଣ ଦାଶ, ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଯୁବଚାଷି ସୀତାରାମ ପାଣିଗ୍ରାହୀ,ଓ ଅନ୍ୟ ଚାଷୀ ମାନେଉପସ୍ଥିତ ହୋଈ ଏହି ଆଖିମୁଠି ,ଚାଷୀ ମାନଙ୍କ ଆଦି ପର୍ବ ଅକ୍ଷୟ ତୃତୀୟା! ଏହି ଦିନ ଚାଷ ଅନୁକୂଳ କରିଲେ ଫସଲ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି. ଏଥିପାଇଁ ବିଲରେ ଅଖି ମୁଠି ପକାଇ ପୁଣିଥରେ ସଜବାଜ ହେବେ ଚାଷୀ. ଚାଷ କାମ ପାଇଁ ଭିଡ଼ିବେ ଅଣ୍ଟା |

