ଖୋର୍ଦ୍ଧା,୧୩।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆନ୍ତର୍ଜାତିକ ଭଏସ ଅଫ୍ ମିଡିଆ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଧନେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଗଠନର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ, ରାଜ୍ୟ ଉପସଭାପତି ପି. ତ୍ରିପତି ବାଲାଜୀ ପାତ୍ର ଓ ବି.କେ. ଶଙ୍କର, ରାଜ୍ୟ କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତି ଏବଂ ଉତ୍ତର କୋଣ, ସହସଭାପତି ସାକିବ୍ ହୁସେନ୍, ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଏଥିରେ ଯୋଗଦେଇଥିଲେ।ବୈଠକରେ ସଂଗଠନର ଆଗାମୀ ବାର୍ଷିକ ଉତ୍ସବ ଆୟୋଜନ ସହ ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ବୃତ୍ତିଗତ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକମାନେ ନିର୍ଭୀକ ଓ ନିରପେକ୍ଷ ଭାବେ ସାମ୍ବାଦିକତା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ସମାଧାନ ଦିଗରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ମତପ୍ରକାଶ ପାଇଥିଲା। ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ସଂଗଠନର ଉଦ୍ଦେଶ୍ୟ, କାର୍ଯ୍ୟଧାରା ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ମଧ୍ୟରେ ଏକତା ବଜାୟ ରଖିବା, ସେମାନଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ କରିବା ଏବଂ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ।ଏହି ଅବସରରେ ସାମ୍ବାଦିକ ସଂଗଠନମାନେ ଦାବିକୁ ‘ ଭଏସ ଅଫ୍ ମିଡିଆ’ର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନୂତନ ଦାୟିତ୍ୱ ପାଇଁ ସେ ରାଜ୍ୟ ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ସଂଗଠନର କାର୍ଯ୍ୟକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା କାମନା କରିଥିଲେ। ଗଂଜାମ ଜିଲ୍ଲା କିଛି ପଦପଦବୀ ଦିଆଯାଇଛି। କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ପ୍ରସନ୍ନ କୁମାର ଦାଶ, ରମେଶ ଚନ୍ଦ୍ର ଗୌଡ଼ ନିଗାମାନନ୍ଦ ପଣ୍ଡା, ଓ ଆଶିଷ କୁମାର ପାତ୍ର।ସାମ୍ବାଦିକଙ୍କ ଏକତା, ସମ୍ମାନ, ସୁରକ୍ଷା ଓ ନ୍ୟାୟସଙ୍ଗତ ଅଧିକାରର ସୁରକ୍ଷା ସହ ସଂଗଠନର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଓ ଗତିଶୀଳ କରିବାର ସଂକଳ୍ପ ସହ ବୈଠକ ଶେଷ ହୋଇଥିଲା।

