ଚିକିଟି,୧/୫,(ନିଗମାନନ୍ଦ ପଣ୍ଡା):ଆବାସ ଯୋଜନାରେ ଥାଇଥାନ ହୋଇ ଘର ନିର୍ମାଣ ର ବହୁ ମାସ ବିତି ଯାଇଥିଲେ ସୁଦ୍ଧା ସରକାରୀ କିସ୍ତି ବାବଦ ଟଙ୍କା ପାଇ ପାରୁ ନାହାନ୍ତି ବୃଦ୍ଧ ଦମ୍ପତି l ଯଦ୍ୱାରା ଦୟନୀୟ ବିପଦପୂର୍ଣ ଅବସ୍ଥାରେ ଜୀବନ ବିତାଉଥିବା ଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି l ଲାଲମେଣ୍ଟା ଗ୍ରାମପଞ୍ଚାୟତ ଅଧୀନ ସିରିପୁର ଗ୍ରାମର ଦଳିତ ବୃଦ୍ଧା କେ. କାଞ୍ଚନ l ଦୀର୍ଘ ୩୦ ବର୍ଷ ଧରି ତାଙ୍କ ପାଇଁ ପକ୍କା ଘର ଖଣ୍ଡିଏ ନଥିଲା l ଗତ ଏକ ବର୍ଷ ତଳେ ବ୍ଲକ ପ୍ରଶାସନ ତାଙ୍କ ଦୁଃଖ କୁ ହୃଦୟଙ୍ଗମ କରୀ କେ. କାଞ୍ଚନ ଙ୍କୁ ଅନ୍ତୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦେଇ ଥିଲେ l ନିୟମ ମୁତାବକ ତିନି ମାସ ତଳେ ଆବାସ କାର୍ଯ୍ୟାଦେଶ ସମୟ ରେ ପ୍ରଥମ କିସ୍ତି ବାବଦରେ କାଞ୍ଚନ ୪୦ ହଜାର ଟଙ୍କା ନୂଆପଡା ଆଇ ଓ ଵି ବ୍ୟାଙ୍କ ରୁ ଉଠାଇ ଥିଲେ l ଘର କାମ ଆରମ୍ଭ କରି ଛାତ ଵି ପକାଇ ଥିଲେ l ଛାତ ପଡିବା ପରେ ପ୍ରଶାସନ କେ. କାଞ୍ଚନ ଙ୍କ ଖାତା କୁ ଦ୍ଵିତୀୟ କିସ୍ତି ବାବଦରେ ୬୫ ହଜାର ପଠାଇଲା l କିନ୍ତୁ କାଞ୍ଚନଙ୍କ ଆଧାର ନଂ ଡେଡ ଯୋଗୁଁ ଦ୍ଵିତୀୟ କିସ୍ତି ଟଙ୍କା ପାଇ ଉଠେଇ ପାରୁନାହାନ୍ତି ବୋଲି ନୂଆପଡା ବ୍ୟାଙ୍କ କତୃପକ୍ଷ କହିଛନ୍ତି l ଅନ୍ୟପଟେ ଘର କାମ ଅଧନ୍ତରିଆ ଯୋଗୁଁ କାଞ୍ଚନ ବାଧ୍ୟ ବାଧକତା ରେ ଉକ୍ତ ଘର ଆଗରେ ଏକ ଆସ୍ତାୟୀ ଘର କରି ବିପଦପୂର୍ଣ ଅବସ୍ଥାରେ ଜୀବନ ବିତାଉଛନ୍ତି l ତାଙ୍କୁ ସାହାଯ୍ୟ କରିବା ପାଇଁ ସମାଜସେବୀ ଵି. ଗୋପାଳ ଅନେକ ଚେଷ୍ଟା କରିଛନ୍ତି l କାଞ୍ଚନଙ୍କ ଆଧାର ସଂଶୋଧନ ପାଇଁ ଗୋପାଳ ଚିକିଟି ଠାରୁ ଭୁବନେଶ୍ୱର ଆଧାର କେନ୍ଦ୍ର ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହୋଇଛନ୍ତି l ତଥାପି କିଛି ସୁଫଳ ମିଳୁନି ବୋଲି ଗୋପାଳ କହିଛନ୍ତି l ସାକ୍ଷାତକାର ସମୟରେ କାଞ୍ଚନ କହିଛନ୍ତି ଦୁଇ ପୁଅ ଦାଦନ ଖଟୁଛନ୍ତି l ଆମ ଦୁଃଖ ଶୁଣିବାକୁ କେହି ନାହାନ୍ତି l ଆମ ଅସହାୟ ଅବସ୍ଥା କୁ ହୃଦୟଙ୍ଗମ କରି ସରକାର ଆବାସ ଯୋଜନା ଦେଇଥିଲେ ସତ l କିନ୍ତୁ ଟଙ୍କା ବେଙ୍କ ରୁ ଉଠାଣ ହୋଇ ପାରୁନଥିବାରୁ ଆମ୍ଭ ଘର କାମ ସମ୍ପୂର୍ଣ ହୋଇପାରୁନାହିଁ l ଯଦ୍ୱାରା ଏ ପରିଣତ ଅବସ୍ଥାରେ ଦୁଃଖ ଠାରୁ ସରକାର ଙ୍କ ଆବାସ ଦୁଃଖ ଅଧିକ ବୋଲି କହିଛନ୍ତି ବୃଦ୍ଧା କାଞ୍ଚନ l ଜ଼ିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତ୍ରୁଟି ସୁଧାରି ତୁରନ୍ତ ସରକାରୀ ପ୍ରାପ୍ୟ ବୃଦ୍ଧ କାଞ୍ଚନ ଦମ୍ପତି ଙ୍କୁ ଦିଆଯାଉ ବୋଲି ସିରିପୁର ଗ୍ରାମବାସୀ ଦାବୀ କରିଛନ୍ତି l

