ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):ମଙ୍ଗଳବାର ତୁମୁଡ଼ିବନ୍ଧ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ କୁ ଓଲୋଟି ପଡ଼ିବା ଫଳରେ ଡ୍ରାଇଭର ଓ ହେଲ୍ପର୍ ଆହାତ ହୋଇଛନ୍ତି l ଟ୍ରକ୍ ଟି ଆଳୁ ବୋଝେଇ କରି କଲିକତା ରୁ ରାୟଗଡ଼ା ଯାଉଥିଲା l କନ୍ଧ ମାଳ ଜିଲ୍ଲା ତୁମୁଡିବନ୍ଧ ନିକଟରେ ଗୋଟିଏ ଗାଡି କୁ ସା ଇଡ ଦେବାକୁ ଯାଇ ରାସ୍ତା ପାର୍ଶ୍ଵ କୁ ଓଲଟିପଡ଼ିଥିଲା l ଖବର ପାଇ ତୁମୁଡ଼ିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ଼୍ରାଇଭର ଓ ହେଲପର କୁ ଉଦ୍ଧାର କରି ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲା l ସେମାନଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ଭଲ ଥିବା କୁହାଯାଉଛି l ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ କରୁଛି l

