ଭଞ୍ଜନଗର,୨।୧୧(ନିଲୁ ବିଷୋୟୀ):ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୧୫ଟି ଲେଡି ସାଇକେଲକୁ ଭଞ୍ଜନଗର ପୁଲିସ୍ ପୁନଃ ପ୍ରାପ୍ତ କରିବା ସହ ଏଥିରେ ସମ୍ପୁକ୍ତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତମାସ ୩୦ ତାରିଖରେ ଭଞ୍ଜନଗର ଥାନା ଅଞ୍ଚଳରୁ ସାଇକେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। କେଶ ନଂ ୧୧୭୫/୨୬ରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଦୁଇ ଅଭିଯୁକ୍ତକୁ ପୁଲିସ୍ ଧରିବା ପରେ ସେମାନଙ୍କ ଠାରୁ ୧୫ଟି ଚୋରି ସାଇକେଲ ପୁନଃ ପ୍ରାପ୍ତ ହୋଇଛି। ଅଭିଯୁକ୍ତ ମାନେ ଆସିକା, ଗାଙ୍ଗପୁର, ବେଲଗୁଣ୍ଠା, ଭଞ୍ଜନଗର ଥାନା ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

