ଫୁଲବାଣୀ,୦୨।୧୧(ସୁନୀଲ ପଟ୍ଟନାୟକ):ସମ୍ଭାବ୍ୟ ବାତ୍ୟା ମୁରାସୂ ର ପ୍ରଭାବ ରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଆସନ୍ତା ୩/୪ତାରିଖ ମଙ୍ଗଳବlର ଓ ବୁଧବାର ଦୁଇଦିନ ପାଇଁ ସମସ୍ତ ସ୍କୁଲଓ କଲେଜ ଛୁଟି ଘୋଷଣା କରିଛନ୍ତି l ଡିଯାଷ୍ଟାରମେନେ ଜ ମେଣ୍ଟ ଏକ୍ଟ ୨୦୦୫ ଧାରା ୩୦ (୨)(ଭି ) ପ୍ରକାରେ ଜିଲ୍ଲା ପାଳ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି l ବାତ୍ୟା ମୁ ରା ସୂ ର ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି l

