ଫୁଲବାଣୀ,୨୨।୦୭ (ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ମୁନସିପାଲିଟି ର ଇଲେକଟ୍ରିକ ଶବ ଦାହ ଚୁଲା ସlର୍ତlଗୁଡ଼ା ନିକଟରେ ଗତ ତିନି ବର୍ଷ ତଳେ ଲକ୍ଷାଧିକ ଟଂକା ବ୍ୟୟରେ ସ୍ଥାପିତ ହୋଇଥିଲା! ତିନିବର୍ଷ ତଳେ ଇଲେକଟ୍ରିକ ଚୁଲା ର କାମ ମଧ୍ଯ ଶେଷ ହୋଇଛି! ତେବେ ଏହା ତାଲା ପଡିକି ଅଛି!ଏପଟେ ଅଧିକାଂଶ ସମୟରେ ଫରେଷ୍ଟ କର୍ପୋରେସନ ଡିପୋ ରେ କାଠ ଉପଲବ୍ଧ ହେଉ ନାହିଁ! ଲୋକେ ବିଭିନ୍ନ ଗାଁ କୁ ଯାଇ କାଠ ସଂଗ୍ରହ କରୁଥିବା ଦେଖାଯାଉଛି! ଗ୍ୟାସ ର ଅଭାବ ବିକ୍ରି ଯୋଗୁଁ ହୋଟେଲ ଵାଲା କାଠ କିଣି ନେଇ ରୋଷେଇ କରୁଛନ୍ତି! ଫଳରେ ଶବ ଦାହ ପାଈଁ ଯଥେଷ୍ଟ କାଠ ମିଳୁ ନାହିଁ! କନ୍ଧମାଳରେ ୬୨ ପ୍ରତିଶତ ଜଙ୍ଗଲ ଅଛି! କାଠ ଶୁଖି ଜଙ୍ଗଲରେ ପଡି ନଷ୍ଟ ହେଉଛି କିନ୍ତୁ ଶବ ଦାହ ପାଈଁ ଅଧିକାଂଶ ସମୟରେ ଉପଲବ୍ଧ ହେଉ ନାହିଁ! ତେବେ ଶବ ଦାହ ପାଈଁ କାଠ ଡିପୋ ରେ କାଠ ମହଜୁଦ ସାଙ୍ଗକୁ ଇଲେକଟ୍ରିକ ଚୁଲା କାର୍ଯ୍ୟ କ୍ଷମ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l

