ଫୁଲବାଣୀ,୦୩।୧୨(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବର ପ୍ରଭାବ ରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣି କେଶ୍ୱର ପଂଚାୟତ ର ଡ଼ା ଙ୍ଗେଶୀ, ଓ ଭଞ୍ଜନଗର ବ୍ଲକ ର ବାଇବାଲି ପଂଚାୟତ ର ଗିଡ଼ିପା ବାଲି ଗ୍ରାମରେ ଭୁଷ୍ଫଳନ ରେ ମାଟି ଓ ପଥର ତଳେ ପ୍ରାୟ ୧୬ଜଣ ଲୋକ ଚାପି ହୋଇ ମୃତ୍ୟୁ ବରଣ କରିଥବା ଜଣା ପଡ଼ିବା ପରେ ପ୍ରଶlସନ ପକ୍ଷରୁ୫ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲା l ମାଟି ତଳେ ପୋତି ହୋଇ ରହିଥିବା ୫ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ହଟା ତ୍ ମଙ୍ଗଳ ବାର ଠାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି l ଦୁଇ ଜିଲାର ଜିଲାପାଳ, ବିଶେଷଜ୍ଞ ଦଳ ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସମସ୍ତ ଙ୍କ ସହମତି ରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ପ୍ରଶାସନ କହିଛି l ଫଳରେ ନିଖୋଜ ଥିବା ଅନ୍ୟ ୧୧ଜଣ ଙ୍କ କୌଣସି ଖବର ମିଳିନି l ସେମାନେ ମାଟି ଓ ପଥର ତଳେ ଚାପି ହୋଇ ରହି ଥିବା ସନ୍ଦେହ କରାଯାଉଥିଲେ ବି ମୃତ୍ ଦେହ ଠାବ ନ ହେଲା ଯାଏ କିଛି କହିହେବନି l ଏତେ ବଡ ବିପଦ ରୁ ସୌ ଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଲୋକଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ଅନ୍ୟତ୍ର ସ୍ଥାନ ରେ ଥଇଥାନ କରିବା ପାଇଁ କ୍ଷତିଗ୍ରସ୍ତ ଲୋକେ ପ୍ରଶାସନକୁ ଜଣାଇବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିବା ଜିଲାପାଳ ବେଦ ଭୂଷଣ କହିଛନ୍ତି l

