ଫୁଲବାଣୀ,୧୭/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ଲାଇନ୍ ପଡା ସ୍ଥିତ କୁଇଦିନା ଇନ୍ଦିରା ଗlନ୍ଧି ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଯୁବ ରେଡ କ୍ରସ ଦ୍ଵାରା ଏଡ ସ୍ ରୋଗ ର କାରଣ ନିରାକରଣ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଉକ୍ତ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ଦିଗାଲ , କରିଅଧ୍ୟାପକ ଅକ୍ଷୟ କୁମାର ଦିଗାଲ ପ୍ରମୁଖ ଯୋଗ ଦେଇ ଏ ଡ ସ ରୋଗ ର କାରଣ ଓ ନିରାକରଣ ଉପରେ ମତ ପ୍ରକାଶ କରିଥିଲେ l ରେଡ କ୍ରସ୍ କାଉନସିଲର ଅଧ୍ୟାପକ ସୋନ୍ତଶ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ l ଛାତ୍ର ଜନେଶ୍ୱର ପ୍ରଧାନ ଧନ୍ୟ ବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର, ଶିକ୍ଷକ, ଅବିଭାବକ, ଅଣ ଶିକ୍ଷକ ଯୋଗ ଦେଇ ଥିଲେ l

