ବୁଗୁଡ଼ା,୩୦/୦୫(ପୂର୍ଣ୍ଣ ଚନ୍ଦ୍ର ବାରିକ):ଓଡିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତିତ୍ୱ ହାସଲ କରି ବୁଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣିଥିବା ମେଧାବୀ ଛାତ୍ରୀ ସଂଘମିତ୍ରା ପାତ୍ର ଙ୍କୁ ବ୍ଲକ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସଂଘମିତ୍ରା ବୁଗୁଡ଼ା ନୁଆସାହି ନିବାସୀ ଶ୍ରୀ ଧ୍ରୁବଚରଣ ପାତ୍ର ଓ ଗୀତାଞ୍ଜଳି ପାତ୍ରଙ୍କ ସୁକନ୍ୟା ଅଟନ୍ତି, ସେ ଓଏସ ପରୀକ୍ଷା ରେ ୧୮୭ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।ସେ ବର୍ତ୍ତମାନ ଭଞ୍ଜନଗର କୋର୍ଟ ରେ ଜୁନିଅର କ୍ଲର୍କ ଭାବେ କାର୍ଯ୍ୟ କରୁଛନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଛାତ୍ରୀଙ୍କ ସଫଳତାକୁ ଭୁୟସୀ ପ୍ରଶଂସା କରିବାସହ କଠିନ ପରିଶ୍ରମ, ଦୃଢ ମନୋବଳ ଓ ଲକ୍ଷ୍ୟ ପ୍ରତି ଅଟୁଟ ନିଷ୍ଠା ଦ୍ୱାରା ଏହି ସଫଳତା ହାସଲ ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି। ଏହା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ ସହ ସେମାନଙ୍କୁ ଉତ୍ସlହିତ କରିବ,ସମ୍ବର୍ଦ୍ଧନା ଅବସରରେ ଛାତ୍ରୀଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଛାତ୍ରୀ ନିଜ ସଫଳତାର ଶ୍ରେୟ ପିତାମାତା, ଗୁରୁଜନ ଓ ଶୁଭେଚ୍ଛୁମାନଙ୍କୁ ଦେଇଥିଲେ।

