ଫୁଲବାଣୀ:୧୫/୦୫,(ସୁନୀଲ ପଟ୍ଟନାୟକ):ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଏବଂ ମାତୃ ଓ ଶିଶୁ ମୃତୁ୍ୟ ହାର କମାଇବାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ ର ମହତ୍ୱ ଯଥେଷ୍ଟ ଅଧିକ ରହିଛି । ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ଗର୍ଭବତୀ ଙ୍କ ନିକଟରେ ସୁଷମ ଆହାର ର ଗୁରୁତ୍ୱ ର ବାର୍ତା ପହଂଚାଇବା ଓ ଘରୋଇ ପ୍ରସବ କୁ ହ୍ରାଶ କରି ଆନୁଷ୍ଠାନିକ ପ୍ରସବ ବଢାଇବାକୁ ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳ ଙ୍କ ତରଫରୁ ସ୍ଥାନେ ସ୍ଥାନେ ମା ଗୃହ ସ୍ଥାପନ କରାଯାଇଛି । ସେହିପାରି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ଙ୍କ ସହଯୋଗ ରେ ମଈ ମାସ ୨୦୨୦ ମସିହା ଠାରୁ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ଠାରେ ଏକ ମା ଗୃହ ପରିଚାଳିତ କରାଯାଉଛିି । ଏହି ମା ଗୃହ ଆଜି ତାର ଷଷ୍ଠ ବାର୍ଷିକ ପାଳନ କରି ସୁରକ୍ଷିତ ପ୍ରସବ ନିମନ୍ତେ ସୁଷମ ଆହାର ର ଆବଶ୍ୟକତା ଓ ଆନୁଷ୍ଠାନିକ ପ୍ରସବ ର ଗୁରୁତ୍ୱ ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ । ଏହି ଆଲୋଚନା ଚକ୍ରରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ସୁକାନ୍ତି ପ୍ରଧାନ ଉପସ୍ଥିତ ରହି ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡିର ସ୍ୱାସ୍ଥ୍ୟସେବିକା/ସେବକ ମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନ ର କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ଯୋଗଦେଇ ମା ଗୃହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୂଖ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇଥିଲେ ଯାହାକି ମାତୃ ଓ ଶିଶୁ ମୃତ୍ୟୁ ହାରକୁ କମାଇବାରେ ସହାୟକ ହେଉଛି । ଆହୁରି ମଧ୍ୟ ଆଜିପର୍ଯ୍ୟନ୍ତ ଏହି କଟ୍ରିଙ୍ଗିଆ ମା ଗୃହ ରେ ଆଡିମିଶନ୍ ନେଇ ୨୦୦୦ ରୁ ଅଧିକ ଗର୍ଭବତୀ ସେବା ପାଇଛନ୍ତି ବୋଲି କହିଥିଲେ । ଏହା ବ୍ୟତିତ ସେ ଗ୍ରାମାଂଚଳରେ ଥିବା ଅନ୍ଧବିଶ୍ୱାସ କୁ ଦୂରେଇ ଗର୍ଭାବସ୍ଥାରେ ବିଭିନ୍ନ ସୁଷମ ଆହାର ସେବନ କରିବା ସହ ଉପଯୁକ୍ତ ବିଶ୍ରାମ ନେବା ଓ ଅପହଂଚ ଅଂଚଳ ର ଗର୍ଭବତୀ ମାନେ ଅନୁଷ୍ଠାନରେ ପ୍ରସବ କରାଇବା ନିମନ୍ତେ ସଠିକ୍ ସମୟ ପୁର୍ବରୁ ମା ଗୃହ ରେ ଅବସ୍ଥାପିତ ହେବାକୁ ଅନୁରୋଧ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ମନିସା ଖମାରି ,ଏ.ଏନ୍.ଏମ୍ ବିଜୟଲକ୍ଷ୍ମୀ ବେହେରା ଓ ସସ୍ମିତା ସାହୁ ,ଅଙ୍ଗନଓାଡି କର୍ମି ସରସ୍ୱତି ସାହୁ ଏବଂ ଆଶା କର୍ମି ଝୁନା କହଁର ଉପସ୍ଥିତ ରହି ଆନୁଷ୍ଠାନିକ ପ୍ରସବ କୁ ବଢାଇବା ପାଇଁ ହେଲେ ଲୋକ ଭାଗିଦାରିତା ର ଯଥେଷ୍ଟ ଆବଶ୍ୟକତା ଅଛିବୋଲି କହିଥିଲେ । ମା ଗୃହ ତରଫରୁ ସାମନ୍ତି ଦିଗାଲ ସଭା ପରିଚାଳନା କରିଥିବା ବେଳେ ଗିତାଞଳୀ କହଁର, ଗିତାଞଳୀ ମୁଖୀ, ସସ୍ମିତା ବେହେରା, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ସେବା ପାଇଥିବା ମା ମାନଙ୍କୁ ପଚାରିବାରୁ ସେବା ଅତି ଉଚ୍ଚକୋଟିର ବୋଲି କହିବା ସହ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଙ୍କୁ ସାଧୁବାଦ ଦେଇ ଅନ୍ୟ ମା ମାନଙ୍କୁ ଉତ୍ସାହିତ କରିବାକୁ ମତବ୍ୟକ୍ତ କରିଥିଲେ ।

