ଫୁଲବାଣୀ ,୩୧।୧୦(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ କନ୍ଧମାଳ ଜିଲ୍ଲା ର ଅନେକ ଅଞ୍ଚଳ ଛାର ଖାର ହୋଇ ଯାଇଛି l ଭୁଷ୍ଫଳନ ଯୋଗୁଁ ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ପଂଚାୟତ ର ଡ଼ା ଙ୍ଗlସି ପଡ଼ା ଗ୍ରାମ ରେ ଭୁଷ୍ଫଳନ ରେ ମା ବାପା ସହ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉକିଛି ପ୍ରାୟ ୧୦/୧୨ଜଣ ନିଖୋଜ ଥିବା କୁହାଯାଉଛି l ତେବେ ସେମାନେ ଅନ୍ୟତ୍ର ଆଶ୍ରୟ ନେବାକୁ ଚାଲିଯାଇଛନ୍ତି ନା ମାଟି ତଳେ ରହି ଛନ୍ତି କୌଣସି ସୁଚନା ମିଳୁନି l ତେବେ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ସହ କ୍ଷତି ଗସ୍ତ ହୋଇଥିବା ରାସ୍ତା ଘାଟ ର ମରାମତି କାର୍ଯ୍ୟ ଆରମ୍ଭ କରିଛି l ଆର୍ ଡି ଓ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରି ମାରମତି କାର୍ଯ୍ୟ ଆରମ୍ଭ କରିଛନ୍ତି l ଦାରିଂବାଡ଼ି ବ୍ଲକ ର ହାତୀ ମୁଣ୍ଡା ରୁ ଆଡି ପାଙ୍ଗାରାସ୍ତା ମରମତି କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଛି l ସେହିପରି ବାଡ଼ା ବlଙ୍ଗା ରୁ ଲାରିବାଡ଼ି ଦେଇ ଡ କ ର ବାଡ଼ି କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ର ବ୍ରିଜ ନଷ୍ଟ ହୋଇଯାଇ ଛି l ଆର୍ ଡି ର କନିଷ୍ଠ ଯନ୍ତ୍ରୀ ଇଁବିପ୍ଳବ ଘଡେ଼ଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ଆଉ ଅତି ଶିଘ୍ର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି l ରାଇକିଆ ମାଣିକେଶ୍ଵର ରାସ୍ତା ମଧ୍ଯ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି l ଅତି ଶିଘ୍ର ରାସ୍ତା ମରାମତି କରାଯାଇ ଗମନା ଗମନ ର ସୁବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ମାନେ ଆନ୍ତରିକତା ର ସହ ଉଦ୍ୟମ ଜାରି ରଖିଛନ୍ତି l ଜିଲ୍ଲା ଦାୟିତ୍ବ ରେ ଥିବା ମନ୍ତ୍ରୀ ରବୀ ନାରାୟଣ ନାୟକ, ବିଧାୟକ ଉମା ଚରଣ ମଲ୍ଲିକ, ଜିଲାପାଳ ବେଦ ଭୂଷଣ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ସମେତ ବିଡ଼ିଓ ଏବଂ ତହସିଲଦାର ପ୍ରମୁଖ ବିଭିନ୍ନ ସ୍ଥାନରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ପୁନଃରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରୁଛନ୍ତି l ବିଭିନ୍ନ ବ୍ଲକ୍ ଅଞ୍ଚଳ, ଆଇ ଟି ଡି ଏ ଅଧୀନ ରାସ୍ତା କଲ ଭାର୍ଟ ,ପୋଲ,ରାସ୍ତା ଆଦି କ୍ଷୟକ୍ଷତି ଆକଳନ କରି ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l ସରକାର ତୁରଂତ ପର୍ଯ୍ୟାପ୍ତ ପରିମାଣ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି l

