ଖୋରଧା,୩୧।୧୦(କେଦାର ନାଥ ସାହୁ):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି l ଏହି ରାଲିକୁ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରଜ କିଶୋର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ନିଜ ବକ୍ତବ୍ୟରେ ସମୃଦ୍ଧ ରାଷ୍ର ନିର୍ମାଣରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ ବୋଲି ଉତ୍ଥାପନ କରି ଏହାକୁ ରୋକିବା ନିମନ୍ତେ ପ୍ରତ୍ୟେକ ନାଗରିକ ସମୁଦାୟ ନିଜ ପରିବାର ଠାରୁ ଆରମ୍ଭ କରି ଏକତ୍ରିତ ହୋଇ ସାମୁହିକ ଭାବେ ମହିଳା ପୁରୁଷ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ,ଜନପ୍ରତିନିଧି ସମସ୍ତେ ଏକାଠି ହୋଇ ଲଢେଇ ଜାରି ରଖି ସାଧୁତା ଓ ସ୍ୱଚ୍ଛତା କୁ ଆପଣେଇଲେ ଆମ ରାଜ୍ୟ ତଥା ସମଗ୍ର ଦେଶ ଭାରତ ବର୍ଷ ସମୃଦ୍ଧ ହେବ ବୋଲି ପ୍ରକାଶ କରିଥିଲେ l ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଲ୍ପ ସଂଯୋଜକ ନିରଞ୍ଜନ ମଲ୍ଲିକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗ ଦେଇଥିଲେ l ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାୟ ୮୦ ଜଣ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ର ଛାତ୍ରୀ ଏବଂ ୧୫୦ ରୁ ଉର୍ଦ୍ଧ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l ଉକ୍ତ ସଚେତନତା ରା ଲି ପଲାହାଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଂଶ ଗ୍ରହଣ କାରୀ ମାନେ ହାତରେ ପ୍ଳାଗ କାର୍ଡ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ବାର୍ତ୍ତଦେଇ ଜିଲ୍ଲା ପାଳାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲା l

