ବୁଗୁଡ଼ା,୬/୫:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଓ ଶୁଭ ଅଙ୍କୁରାରୋପଣ ମଣ୍ଡଳ କରଣ ଅଧିବାସ ସହ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି।ଏଥିରେ ଭାମଶ୍ୟାଳି, ମଧୁପଲ୍ଲୀ, ଆଦିପୁର, ବୁଗୁଡ଼ା ଓ କତକଲା ଆଦିର ନାମ ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି। ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ନାମଯଜ୍ଞ ଓ ଘୃତ ଯଜ୍ଞ ଆଦି କାର୍ଯ୍ୟରେ ପୁରୋହିତ ଭାବେ ଗଣେଶ ଦାଶ, ମନୋଜ ଦାଶ, ଅଶ୍ୱିନୀ ଦାଶ ପ୍ରମୁଖ ନିୟୋଜିତ ରହିଥିବା ବେଳେ ଜୟରାମ ଭୂୟାଁ ଯଜ୍ଞ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି। କତକଲା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବରେ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଥିବା ଦେଖିବାକୁ ମିଳିଛ l

