ଫୁଲବାଣୀ,୨୪/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଏସପି ହରିଶ ବିଶି ଙ୍କ ଗଞ୍ଜାମ ଏସପି ଭlବେ ବଦଳି ହୋଇଛି l ସେହିପରି ରାୟଗଡ଼l ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦ କନ୍ଧମାଳ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି l କଂଧମାଳ ଏସପି ହରିଶ୍ ବିଶି କମ ସମୟ ମଧ୍ୟରେ ଜିଲ୍ଲାରେ ମାଓ ଦମନ ଅଭିଯାନ ରେ ନିଷ୍ଠା ଓ ଆନ୍ତରିକତାର ସହ ନେତୃତ୍ୱ ନେଇ ଜିଲ୍ଲାରେ ମାଓ ଦମନ କରିବା ରେ ସଫଳତା ହାସଲ କରି ବେଶ ପ୍ରଶଂସା ସାଉଁଟି ଥିଲେ l ସେହିପରି ଗଞେଇ ଚାଷ ଓ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଥିବା କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକିବାରେ ସମର୍ଥ ହୋଇଥିଲେ l କେବଳ ସେତିକି ନୁହେଁ ଅସାମାଜିକ ବ୍ୟକ୍ତି ବିଶେଷ ଙ୍କୁ ସାବlଡ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା l ସେହିପରି ନୂତନ ଏସପି ରମେନ୍ଦ୍ର ପ୍ରସାଦ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି l

