ଫୁଲବାଣୀ,୦୫/୦୫,(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାରେ ପୂର୍ବରୁ ପ୍ରଚୁର ପରିମାଣ ରେ ଛୋଟ ଆଳୁ , ଠୁରୀ ଆଳୁ ବା ବନ୍ଧଗଡ଼ ଆଳୁ ଉତ୍ପାଦନ ହେଉଥିଲା। ଏହା ଜିଲ୍ଲା ର ଏକ ଅର୍ଥକାରୀ ଫସଲ ଭାବେ ପରିଚିତ। ବଜାରରେ ଏବେ ବଡ ଆଳୁ ୧୫ଟଙ୍କାରୁ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। କିନ୍ତୁ ଏହି ଛୋଟ ଆଳୁ ବା ଠୁରୀ ଆଳୁ ଉତ୍ପାଦନ ସମୟରେ ୧୦୦ ଟଙ୍କା ରୁ ଆରମ୍ଭ ହୋଇ ଶେଷ ରେ ୫୦ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଯଦ୍ୱାରା ଚାଷୀମାନେ ଏହି ଆଳୁ ଚାଷ କରି ଅଧିକ ଦୁଇ ପଇସା ପାଇପାରୁଛନ୍ତି। ବର୍ତମାନ ସମୟରେ ଏହି ଆଳୁ ଚାଷ ଆଉ ଅଧିକ ପରିମାଣରେ ହେଉ ନାହିଁ। ଏହାକୁ ସରକାରୀ ମାନ୍ୟତା ମିଳିପାରିନାହିଁ l ଏହା ସlର୍ଟିଫl ଏ ଡ ସିଡ ହୋଇନଥିବାରୁ ଚାଷୀ ଙ୍କୁ ସବ ଶିଡ ମିଳୁନି l ତେବେ ଏହି ଆଳୁ ର ବିଶେଷତ୍ୱ ହେଲା ଏହା ଥଣ୍ଡା ପାଗ ରେ ପ୍ରାୟ ଏକ ବର୍ଷ ପଯ୍ୟନ୍ତ ଘରେ ସଂରକ୍ଷଣ କରି ରଖା ଯାଇ ପାରୁଛି। କିନ୍ତୁ କୋଭିଡ ପରେ ଆଉ ଆଳୁ ସଂରକ୍ଷଣ କରି ରଖି ହେଉ ନଥିବା ଦେଖିବlକୁ ମିଳିଛି କାରଣ ଏଥିରେ ପୋକ ଲାଗି ନଷ୍ଟ ହେଉଛି। ଏହି ଆଳୁ ଗତ ସରକାର ସମୟରେ ବିଧାନସଭା ରେ ଚର୍ଚିତ ହୋଇ ଥିଲା। ଏଥିପାଇଁ ଏହା ଉପରେ ଗବେଷଣା କରିବାକୁ ସରକାର ନିଷ୍ପତି ନେଇଥିଲେ। କିନ୍ତୁ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବୈଜ୍ଞାନିକ ମାନେ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ। କନ୍ଧମାଳ ବ୍ୟତୀତ ଆଉ କୋଣସି ଜିଲ୍ଲାରେ ଏଭଳି ଆଳୁ ଚାଷ ହେଉ ନାହିଁ। ଏ ନେଇ ଉଦ୍ୟାନ ବିଭାଗ ଏ ଡି ଏଚ. ସ୍ମିତା ମହାନ୍ତି ଙ୍କୁ ପଚାରିବାରେ ସେ ଛୋଟ ଆଳୁ ଚାଷ କରି ଚାଷୀ ଭଲ ଦୁଇ ପଇସା ଲାଭ କରୁଥିବା କଥା କହିବା ସହ ଏହି ଚାଷ ବ୍ୟାପକ କରିବା ଓ ସାର୍ଟିଫl ଏ ଡ ପାଈଁ ଉଦ୍ୟମ କରାଯାଉଥିବା କହିଛନ୍ତି l କୁହାଯାଉଛି ଯେ ଏହି ଆଳୁ ଡାଇବେଟିସ ରୋଗୀ ମାନେ ମଧ୍ୟ ଖାଇ ପାରିବେ। ଏଣୁ ସରକାର ତୁରନ୍ତ କନ୍ଧମାଳ ରୁ ଉତ୍ପାଦିତ ଛୋଟ ଆଳୁ ଉପରେ ଗବେଷଣା କରି ଏହlକୁ ମାନ୍ୟତା ପ୍ରଦାନ କଲେ ଜିଲ୍ଲା ର ଚାଷୀ ମାନଙ୍କୁ ଏହିଆଳୁ ଚାଷ ପାଇଁ ସମସ୍ତ ସୁବିଧା ମିଳିପାରିବ l ଏଥି ପାଇଁ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଓ ଜିଲ୍ଲାପ୍ରଶାସନ ଅନ୍ତରିକତା ର ସହ ଦୃଷ୍ଟି ଦେବା ଜରୁରୀ l

