ଫୁଲବାଣୀ,୧୩/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ୪୧ତମ ବାର୍ଷିକ ଅଧିବେଶନ ଓ ରାଜ୍ଯ ସ୍ତରୀୟ ସାମ୍ବାଦିକ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ଜୁଲାଇ ୧୨ତାରିଖ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡ ଅରୂପ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ପୋଲିସ ଡି ଏସପି ଏଚ୍ଚ ଆର୍ ପି ସି ଗୋବିନ୍ଦ ଚନ୍ଦ୍ର ବୁରୁଦl, କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ର ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ବାଇଁ, ଉପସଭାପତି ସ ନ୍ତୋଷ ଦିଗାଲ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେl ବରିଷ୍ଠ ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ତଥା ଆବାହକ ଉତ୍ସବ କମିଟି ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧରଣ ସମ୍ପାଦକ ଅଶୋକ ପରିଡା ମଞ୍ଚ ପରିଚାଳନା କରିଥିଲେ l ସମାଜ ସେବା, ଶିକ୍ଷା,ସ୍ଵାସ୍ଥ୍ୟ , ପରିବେଶ ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖ ନୀୟ ଅବଦାନ ପାଇଁ କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ସେହିପରି ଦ୍ୱିତୀୟ ଅଧିବେସନ ରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ୍ ସଭାପତି ଚନ୍ଦ୍ର ଶେଖର ପରିଡ଼ା, ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ବାଇଁ,ସାମ୍ବାଦିକ ଗୌରଙ୍ଗ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୂ ଭୁବନେଶ୍ୱର,ମୁଖ୍ୟ ବକ୍ତା, ଯୋଗଦେଇ ସମାଜ ଗଠନ ଡିଗ୍ରୀସାମ୍ବାଦିକ ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉତ୍ସବ କମିଟି ଅଧ୍ୟାକ୍ଷ ତଥା ସଭାପତି ଡ ଅରୁପ ଜେନା , ଆବାହକ ତଥା କାର୍ଯ୍ୟକାରୀ କାର୍ଯ୍ୟ କାରୀ ସଭାପତି ସୁନୀଲ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅଶୋକ ପରିଡା, ମଞ୍ଚରେ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ଉପସଭାପତି ସନ୍ତୋଷ ଦିଗାଲ, ସଙ୍ଗଠନ ସମ୍ପାଦକ ଜୟ ସେନ ପରିଡ଼ା ମୁଷ୍କନ୍ ସ୍ୱlର୍, ନିବେଦିତା ଖଡ ଙ୍ଗା ସ୍ବେଛାସେବୀ ଅଶୋକ ପ୍ରଧାନ ପ୍ରମୁଖ ମଞ୍ଚ ପରିଚଳନl କରିଥିଲେ l ଏହି ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା, ମୟୂର ଭଞ୍ଜ, ଯାଜପୁର, ପିପିଲି, ପୁରୀ, ଖୋର୍ଦ୍ଧା, ବାଙ୍କୀ, ବୌଦ୍ଧ, ଗଜପତି, ନୟାଗଡ଼ ପ୍ରମୁଖ ଙ୍କୁ ଉପଢ଼ୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା l

