ଫୁଲବାଣୀ,୧୮।୧୦(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା କଂଗ୍ରେସ୍ ର ଜଣେ ଆଗ ଧାଡ଼ିର ଟାଣୁଆ ଯୁବ ନେତା ତଥା ସମାଜ ସେବୀ ଭlବେ ପରିଚିତ ସଂଜୟ କୁମାର ଭଞ୍ଜ ଙ୍କୁ ଗତ କାଲି ଓ ବି ସି ସେଲ ର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି l ସଞ୍ଜୟ ଙ୍କ ଦୃଢ଼ ନେତୃତ୍ଵ, ସାଂଗଠନିକ ଦକ୍ଷତା, ଉତ୍ତମ ବ୍ୟବହାର,ଦଳ ପ୍ରତି ଆନୁଗତ୍ୟ, ବିଶ୍ୱାନୀୟତl କୁ ବିଚାର କୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ ସଂଜୟ କୁମାର ଭଞ୍ଜ ଙ୍କୁ ଏହି ଦାୟିତ୍ବ ଦେଇଥିବା କୁହାଯାଉଛି l ନିଯୁକ୍ତି ପାଇବା ପରେ ସଞ୍ଜୟ ପି ସି ସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ, ଓ ରାଜ୍ୟ ସ୍ତରୀୟ ବରିଷ୍ଠ କଂଗ୍ରେସ ନେତା ଙ୍କୁ କୃତଜ୍ଞତା ଜଣାଇବା ସହ ନିଷ୍ଠା ର ସହ ଦଳକୁ ସୁଦୃଢ଼ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ବୋଲି ଭଞ୍ଜ କହିଛନ୍ତି l ପଦବୀ ଘୋଷଣା ହେବା ପରେ ସଂଜୟ ଭଞ୍ଜ ଙ୍କ ନିକଟକୁ ବିଭିନ୍ନ ଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି l ଭଞ୍ଜ ଙ୍କୁ ଜିଲ୍ଲା ସଭାପତି ଚଂଦ୍ର ଶେଖର ପରିଡ଼ା, ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୁର୍ବତନ ସଂସଦ ରାଧାକାନ୍ତ ଦିଗାଲ, ପି ସି ସି ସଦସ୍ୟ ଭିକାରୀ ପାଣିଗ୍ରାହି, କଂଗ୍ରେସ୍ ନେତା ହେମନ୍ତ କୁମାର କର, ଯୁବ ନେତା ସଂଜୟ କହଁର ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

