ଫୁଲବାଣୀ,୬/୪:(ସୁନୀଲ ପଟ୍ଟନାୟକ): ଆଦିବାସୀ ବର୍ଗ ଙ୍କ ବିକାଶ ପାଇଁ ଗଠିତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ର କନ୍ଧମାଳ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ ଭାବରେ ବରିଷ୍ଠ ବିଜେପି ନେତା ମାନ ଗୋବିନ୍ଦ ପ୍ରଧାନ ଙ୍କୁ ନିଯୁକ୍ତି ଦେଇଥିବା ବେଳେ ଉପାଧ୍ୟକ୍ଷ ଭାବେ କଳ୍ପନା କହଁର ଙ୍କୁ ନିଯୁକ୍ତି ଦେଇ ଛନ୍ତି l ଫଳରେ ଜିଲାର ଆଦିବାସୀ ଙ୍କ ବିକାଶ ପାଇଁ ଏହା ବେଶ ସହାୟକ ହେବ ବୋଲି ଜଣା ପଡ଼ିଛି l ନିଯୁକ୍ତି ପାଇବା ପରେ ଜିଲ୍ଲା ର ଆଦିବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ନିଯୁକ୍ତି ମିଳିବ ପରେ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ଓ ଉପାଧ୍ୟକ୍ଷ କଳ୍ପନାକୁମାରୀ କହଁର ମୂଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କଂଧମାଳ ସାଂସଦ ଓ ବରିଷ୍ଠ ବିଜେପି ନେତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଦାୟିତ୍ବ କୁ ନିଷ୍ଠା,ଆନ୍ତରିକତା ଓ ସଚୋ ଟ୍ଟତ l ର ସହ ତୁଲାଇବା ପାଇଁ ଉଦ୍ୟମ କରିବେ ବୋଲି ନବ ନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ କହିଛନ୍ତି l ସେହିପରି ନବ ନିଯୁକ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଙ୍କୁ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ, ବିଜେପି ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି, ବିଜେପି ନେତା ତଥା ଆଇନଜୀବି ରମେଶ ମହାନ୍ତି, ବିଜେପି ନେତା ଅଜିତ ପଟନାୟକ, ଟୁକୁ ଦଳ ବେହେରା, ପୁର୍ବତନ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୂ, ରାମ ବିଶି ଦିଗାଲ, ବିଜେପି ନେତ୍ରୀ ଅଜୟନ୍ତି ପ୍ରଧାନ, ବିଜେପି ନେତା ସଂଜିତ ମଣ୍ଡଳ, ସଂଜିତ କୁମାର ପାତ୍ର, ପରେଶ୍ ମହାପାତ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

