ଫୁଲବାଣୀ,୧୫।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ରେ ଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓସଞ୍ଜୟ ସ୍ମୃତି ମହିଳା ମହାିଦ୍ୟାଳୟ ରେ ଗୁରୁବାର ନିର୍ବାଚନ ଶାନ୍ତି ର ସହ ଅନୁଷ୍ଠିତ ହୋଇଯାଇଛି l ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ର ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ଏଲ ନାରାୟଣୀ ରେଡ଼ୀ ଓ ସରକାରୀ ଅଟୋନମୋଶ କଲେଜ ର ବିଜୁ ଜନତା ଦଳ ସମର୍ଥିତ ପlର୍ଥୀ ସୁମିତ କୁମାର ବଡ଼ ସେଠ ସଭାପତିଭବେ ବିପୁଳ ଭୋଟ ରେ ବିଜୟୀହୋଇଛନ୍ତି l ଫୁଲବାଣୀ ସଞ୍ଜୟ ସ୍ମୃତି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ନିର୍ବାଚନରେ ବି ସି ଜେ ଡି ର ପ୍ରାର୍ଥୀନୀ ଏଲ ନାରାୟଣୀ ରେଡ଼ୀ ୫୩୧ ଭୋଟ ପାଇ ବିଜୟୀ ହୋଇଛନ୍ତି! ଏଭିବିପି ପ୍ରାର୍ଥନୀ ସମୀକ୍ଷା ପ୍ରିୟଦର୍ଶନୀ ସର୍ବମୋଟ ୨୪0 ଟି ଭୋଟ ପାଇ ପରାଜିତ ହୋଇଛନ୍ତି!! ସେହିପରି ସରକାରୀ ଅଟୋନମୋଶ କଲେଜ ରେ ବିଶିଜେଡି ପ୍ରାଥୀ ସୁମିତ କୁମାର ବଡ ସେଠ ଏ ଭିବିପି ପ୍ରାର୍ଥୀ ଦ୍ୱାରିକାନାଥ ପାତ୍ର ଙ୍କୁ ପରାଜିତକରି ବିଜୟୀ ହୋଇଛନ୍ତି!! ଏଭିବିପି ପ୍ରାର୍ଥୀ ଙ୍କ ଏଭିବିପି ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବହୁ ଆଗ ଧାଡ଼ିର ନେତା ଙ୍କ ପ୍ରାଣ ମୂର୍ଚ୍ଛା ଉଦ୍ୟମ ସତ୍ୱେ ଏହି ଦୁଇଟି କଲେଜ ରେ ଏ ବି ଭି ପି ପlର୍ଥୀ ପରାଜିତ ହୋଇଛନ୍ତି l ସାଧାରଣସମ୍ପାଦକ ଭାବେ ସନ୍ଧ୍ୟା ରାଣୀ ନାୟକ ମୋଟ ୫୩୫ ଭୋଟ ପାଇ ବିଜୟୀ ହୋଇଛନ୍ତି! ଯୁଗ୍ମ ସମ୍ପାଦକ ବୈଶାଖୀ କୁଦେଇ ମୋଟ ୫୧୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କ୍ରୀଡା ସମ୍ପାଦକ ଜନନୀ ଡିଗାଲ ୫୩୨ ଭୋଟ ପାଇ ଜିତିଛନ୍ତି! ଉପସଭାପତି ଭାବେ ରୋଶନୀ ମହାନନ୍ଦ ୫୪୧ ଭୋଟରେ ବିଜୟୀ ହୋଇ ଛନ୍ତି! ଅଟନମୋଶ କଲେଜ ରେ ବିଶିଜେଡି ର ପ୍ରାର୍ଥୀ ସୁମିତ କୁମାର ବଡ ସେଠ ୭୦୧ଭୋଟ ପାଇ ବିଜୟୀ ହୋଇଛନ୍ତି! ଉପସଭାପତି ନିହାର ରଞ୍ଜନ ସେଠି ୮୧୨ ଭୋଟ ପାଇ ବିଜୟୀ ହୋଇଛନ୍ତି l ସମ୍ପାଦକ ଭାବେ ଅଂଶୁମାନ ବିସିମୋଟ ୧୧୨୫ ଭୋଟ ପାଇ ବିଜୟୀ ହୋଇଛନ୍ତି! ସେହିପରି ବାଲିଗୁଡ଼ା ଓ ଜି ଉଦୟଗିରି ମହାବିଦ୍ୟାଳୟ ନିର୍ବାଚନ ରେ ବି ସି ଜେଡି ପ୍ରlଥି ମାନେ ବିଜୟୀ ହୋଇ ଥିବା ଜଣା ପଡ଼ିଛି l ବିଜୟୀ ପ୍ରାର୍ଥୀ ମାନଙ୍କୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା, ବିଜେଡି ନେତା ସରୋଜ କର୍ଣ୍ଣ, ବିଜେଡି ରାଜ୍ୟ ସମ୍ପାଦକ କୈଳାଶ ମୁଖୀ,ମ୍ୟୁନିସିପାଲଟି ଅଧ୍ୟକ୍ଷା ପାୟଲ ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଏହା ଗଣତନ୍ତ୍ର ର ବିଜୟ ବୋଲି କହିଛନ୍ତି l

