ବୁଗୁଡ଼ା,୦୨/୦୫,(କୁମୁଦ ଚନ୍ଦ୍ର ବେହେରା):ମହିଳା ମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଭାଜପା ମଣ୍ଡଳ ସ୍ତରୀୟ ଜନ ଆକ୍ରୋଶ ମହିଳା ପଦଯାତ୍ରା କରଚୁଲି ଗ୍ରାମରେ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ରଜନୀ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ,ଡିଏମକେ,ଟିଏମସି, ସମାଜବାଦୀ ଓ ବିଜେଡି ଦଳ ସହିତ ଅନ୍ୟ କିଛି ଆଞ୍ଚଳିକ ଦଳ ବିରୋଧ ଜଣାଇଥିଲା। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ଠାରେ ମଣ୍ଡଳ ସ୍ତରୀୟ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। କରଚୁଲି ଗ୍ରାମର ବସଷ୍ଟାଣ୍ଡ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ , ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରା ମୁଖ୍ୟ ସଡ଼କ ଦେଇ ଗ୍ରାମର ଗୁଡି ସାହି ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢିଆରୀ,ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ଗନ୍ଧମାର୍ଦ୍ଦନ ସେଠି, ସଭାପତି,ଜିଲ୍ଲା ଏସ ସି ମୋର୍ଚ୍ଚା, ବିଧାୟକ ପ୍ରତିନିଧି ହରି କୃଷ୍ଣ ସାହୁ, ଜିଲ୍ଲା ଉପସଭାପତି ସୁନୀଲ କୁମାର ପାଢ଼ୀ,ତାକରଡା ସରପଞ୍ଚ ତଥା ମଣ୍ଡଳ ପ୍ରଭାରୀ ଦିଲ୍ଲୀପ କୁମାର ପ୍ରଧାନ, କରଚୁଲି ସମିତିସଭ୍ୟ ଶ୍ରୀହର୍ଷ ପ୍ରଧାନ, ପୂର୍ବତନ ସରପଞ୍ଚ ଧୋବା ପ୍ରଧାନ, ଚିତ୍ତରଞ୍ଜନ ନାୟକ, ନିରଞ୍ଜନ ଗୌଡ଼, ସୁବ୍ରତ ସ୍ୱାଇଁ, ପ୍ରଫୁଲ୍ଲ ଗୌଡ,ହରି ସେଠୀ, ପ୍ରମୋଦ ରାଉତ ଓ କରଚୁଲି ମଣ୍ଡଳ ଅଧିନର ସମସ୍ତ ପଞ୍ଚାୟତର ପ୍ରମୁଖ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ସମେତ ସହସ୍ରାଧିକ ମହିଳା ଓ ଯୁବ ମୋର୍ଚ୍ଚାର ସଦସ୍ୟଗଣ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।

