ବ୍ରହ୍ମପୁର,୨୦/୪:(ହିମାଂଶୁଶେଖର ସାବତ):କଳିଙ୍ଗ ବୈଶ୍ୟ ସଂଘ ମହୁରୀ ଅଂଚଳର ସାଧାରଣ ଅଧୁବେଶନ ତଥା କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରତିଦ୍ବନ୍ଦିତା କରି ସଭାପତି ଭାବେ ସିଲ୍ଲା ଶିବ ପ୍ରସାଦ, ସମ୍ପାଦକ ଭାବେ ନାରାୟଣଶିଷ୍ଠି ତ୍ରିପତି ବାଲାଜୀ ଚୌଧୁରୀ ଓ ସହ ସମ୍ପାଦକ ଭାବେ କିଲମଶଟି କୁରୁମନାଧମ୍ ନିର୍ବାଚିତ ହୋଇଛନ୍ତି । ସେହିପରି ନିଶ୍ବରେ ଉପସଭାପତି ଭାବେ ପି. ଦିଲ୍ଲିପ କମାର ପାତ୍ର ଓ କୋଷାଧ୍ୟକ୍ଷ ଭାବେ ଅଣରାଶି ରମେଶ ପାତ୍ର ନିର୍ବାଚିତ ହୋଇଥିବା ନିର୍ବାଚନ କମିଟି ଘୋଷଣା କରିଥିଲେ । ଏହି ନିର୍ବାଚନ କାର୍ଯ୍ୟକ୍ରମରେ ଚିନାରୀ ଶ୍ୟାମ ମୂର୍ତୀ ନିର୍ବାଚନ କମିଟି ଅଧ୍ୟକ୍ଷତା କରିଥିବା ବେଳେ ଶିଶିଛି ରବି ନାରାୟଣ ପାତ୍ର, କାନ୍ଦୁଲା ଉମାପ୍ରସାଦ ପାତ୍ର, ପୋଲାକି ଆଶାରାଣି ଓ ତାଙ୍ଗୁଡ଼ୁ ବାଲାଜି ପାତ୍ର ସହଯୋଗ କରିଥିଲେ । ବ୍ରହ୍ମପୁର ସ୍ଥିତ ସୁବୁଦ୍ଧି ବେଢ଼ା ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପୂର୍ବାହ୍ନରେ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳିଙ୍ଗ ବୈଶ୍ୟ ମହାସଂଘ ଓଡ଼ିଶାର ସଭାପତି କୋଟନ୍ତି ନାରାୟଣ ପାତ୍ର ମୁଖ୍ୟଅତିଥୁ ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୁ ଭାବେ କଳିଙ୍ଗ ବୈଶ୍ୟ ମହାସଂଘ ଓଡ଼ିଶାର ସମ୍ପାଦକ ବି. ନାରାୟଣ ସୁବୁଦ୍ଧି ଏବଂ କୋଷାଧ୍ୟକ୍ଷ ଭି.ବାଲାକ୍ରିଷ୍ଣାରାଜୁ ଯୋଗଦେଇଥିଲେ । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୮୫ ନଂ ରଖି ଉତୀର୍ଥ ହୋଇଥିବା ପୁରୀ ଅଞ୍ଚଳର ସାଇରମଣ ପାତ୍ର ଓ ତାଙ୍କ ପରିବାରଙ୍କୁ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମରେ ମହୁରୀ ଅଞ୍ଚଳ ରେ ଥିବା ୩୮ ଗୋଟି ପେଣ୍ଡର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ, ମହୁରୀ ଅଞ୍ଚଳରୁ ମହାସଂଘକୁ ପ୍ରତିନିଧୃତ୍ଵ କରୁଥିବା ସମସ୍ତ ସଦସ୍ୟ, ମହୁରୀ ଅଞ୍ଚଳ ମହିଳା ସଂଘ କର୍ମକର୍ତ୍ତା , ଯୁବକ ସେବଂ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ମହୁରୀ ଅଞ୍ଚଳର ପୂର୍ବତନ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ମହୁରୀ ଅଞ୍ଚଳ ମହିଳା ସଂଘ ସଭାପତି ଏନ.ରାଧାରାଣୀ ଧନ୍ୟବାଦଅର୍ପଣ କରିଥିଲେ ।

