ବୁଗୁଡା,୨୬।୭(ପୂର୍ଣ୍ଣଚନ୍ଦ୍ର ବାରିକ):କାର୍ଗିଲ ବିଜୟ ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସ୍ଥିତ ‘ଶହୀଦ ବୀର ଓଡ଼ିଆ ଯବାନ ମେମୋରିଆଲ’ ଠାରେ କାର୍ଗିଲ ବୀରଙ୍କ ସାହସକୁ ନମନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାତୃଭୂମିର ସୁରକ୍ଷା ପାଇଁ ନିଜ ପ୍ରାଣକୁ ଉତ୍ସର୍ଗ କରିଥିବା ଅମର ବୀର ଶହୀଦମାନଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାଙ୍କ ବୀରତ୍ୱ, ସାହସ ଏବଂ ଦେଶପ୍ରେମ ଦେଶବାସୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ଶହୀଦମାନଙ୍କ ବଳିଦାନକୁ କେବେ ଭୁଲି ହେବ ନାହିଁ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ପୂର୍ବତନ lସୈନିକ, ପ୍ରଶାସନିକ ଅଧିକାରୀ ଓ ବହୁ ସଂଖ୍ୟକ ଦେଶପ୍ରେମୀ ଜନସାଧାରଣ ଉପସ୍ଥିତ ରହି ଅମର ଶହୀଦମାନଙ୍କ ସ୍ମୃତିଚାରଣ କରିଥିଲେ। ସଭା ଶେଷରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ !

