ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଯୁବାଗୁଡା ପଂଚାୟତ ର ପଣ୍ଡାମହା ଗ୍ରାମରେ ଗୁରୁବାର ସନ୍ଧ୍ୟା ୭ ଟା ରେ ହଟାତ କଳା ମେଘ ଆକାଶରୁ ଆସି ପବନ, ବର୍ଷା,ବିଜୁଳି, ଘଡ ଘଡି ହୋଇ ଗ୍ରାମର ୧୦ ରୁ ଉର୍ଦ୍ଧ ପରିବାର ଲୋକଙ୍କ ଘର ଦ୍ଵାର ଉଡେଇ ନେଇଛି। ପଣ୍ଡାମହା ଗ୍ରାମ ରେ କାଳ ବୈଶାଖୀ ର ତାଣ୍ଡବ ରେ 15/20 ପରିବାର ଘର ଦ୍ଵାର ନାରଖାର ହୋଇଯାଇଛି। ଗରିବ ନିରୀହ ଆଦିବାସୀ ମାନଙ୍କ ଘର ଦ୍ଵାର ନାରଖାର ହୋଇଯାଇଛି।କାହାର ତ ଆଜବେଷ୍ଟ ୧୦୦ମିଟର ଦୂରକୁ ଉଡିଯାଇଛି। କାହାରତ ଘର ଉପରେ ଗଛ ପଡି କ୍ଷୟ କ୍ଷତି ହୋଇଛି। ଛଣ,ଆଜବେଷ୍ଟ, ଟିଣ, କାଠ ଦୁଲା ସବୁ ଉଡେଇନେଇଛି। ଲୋକେ ରାତ୍ର ସାରା ଅନିଦ୍ରା ହୋଇ ଗଛ ମୂଳରେ ଲୁଚିକି ରହିଥିଲେ। ଘରର କାନ୍ଥ ଭୁସୁଳି ଯାଇଛି।ଚାଉଳ, ଧନ, ଟଙ୍କା, ପଇସା, ଅସଵ ପାତ୍ର ସବୁ ନଷ୍ଟ ହୋଇଯାଇଛି।କଣ ଖାଇବେ କେମିତି ରହିବେ ଏହି ଗରିବ ନିରୀହ ଆଦିବାସୀ ମାନେ। କାଳ ବୈଶାଖୀ ର ତାଣ୍ଡବ ରେ କ୍ଷୟ କ୍ଷତି ଘଟି ଥିବା ପରିବାର ଯଥା ୱାର୍ଡ ମେମ୍ବର ଶ୍ରୀମତୀ କବିତା ମଲିକ, ମଗି ମଲିକ, ବନ୍ଦେଡା ମଲିକ, କୁନ୍ଦୁକୁଡି ମଲିକ, ସନାତନ ମଣ୍ଡଳ ମାଝୀ, ଆଶାଲତା ମଲିକ, କବିତା ମଲିକ, ପିଲିପ ମଣ୍ଡଳ ମାଝୀ, ଶ୍ରୀକାନ୍ତ ବେରୁକ ମାଝୀ, ବିଜୟ ବେରୁକ ମାଝୀ, ରିଟୁ ମଣ୍ଡଳ ମାଝୀ, ପିତ୍ରୀ ମଣ୍ଡଳ ମାଝୀ ବେଣ୍ଡି ମଣ୍ଡଳ ମାଝୀ।କ୍ଷତି ଗ୍ରସ୍ତ ଲୋକେ ଦୁର୍ଦଶା ରେ ରହିଛନ୍ତି ପ୍ରଶାସନ ପକ୍ଷରୁ ସେମାନଙ୍କୁ ସରକାରୀ ସହାୟତା ଯୋଗେଇଦେବାକୁ ଦାବି କରାଯାଇଛି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହି ପଣ୍ଡା ମହା ଗ୍ରାମର ନିରୀହ ଆଦିବାସୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି। ସେହି ଭଳି କୋଟଗଡ ବ୍ଲକ ର ୧୫ଗୋଟି ପଂଚାୟତ ଯଥା କୋଟଗଡ, ମାଦାଗୁଡା, ଜୁଡ଼ାବାଲି, ଧରାକୋଟ, ଦୁର୍ଗାପଙ୍ଗା, ସୁବର୍ଣ୍ଣ ଗିରି ସାର୍ତ୍ତୁଲ, ଓରା, ଗୁଗୁର ମହା, ଶ୍ରୀରାମପୁର, ଯୁବାଗୁଡା, ମାର୍ଲାଙ୍ଗା,ପକାରୀ, ରାଣୀପଙ୍ଗା, ପାରିଗଡ଼ ରେ କାଳ ବୈଶାଖୀ ର ତାଣ୍ଡବ ରେ ଘର ଦ୍ଵାର ଉଡିଯାଇଛି। ଘର ଉପରେ ଗଛ ମଧ୍ୟ ପଡି ବହୁ ଲୋକଙ୍କ ବହୁତ କ୍ଷତି ହୋଇଛି।ଆସବ ପାତ୍ର ଠାରୁ ଆରମ୍ଭ କରି ଧାନ, ଚାଉଳ, ଟଙ୍କା, ପଇସା ବହୁତ ଜିନିଷ ନଷ୍ଟ ହୋଇଛି.

