ଫୁଲବାଣୀ,୧୯/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ କେନ୍ଦୀୟ ବିଦ୍ୟାଳୟ ଛାତ୍ରୀ ଅନ୍ୱେଷା ମହାପାତ୍ର ନିଟ୍ ପରୀକ୍ଷାରେ କୃତ୍ କାର୍ଯ୍ୟ ହୋଇଛନ୍ତି l ବାପା ପ୍ରଶାନ୍ତ ମହାପାତ୍ର ଓ ଜ୍ୟୋତ୍ସ୍ନା ରଥ ଙ୍କ ଝିଅ ଅନ୍ୱେଷା l ସେହିପରି ପୂର୍ବତନ ଡି ପି ଅlର୍ ଓ ଅଫିସ ରେ କାର୍ଯ୍ୟରତ ହର ପ୍ରସାଦ ମହାପାତ୍ର ଙ୍କ ଝିଆରୀ ମଧ୍ଯ ଅନ୍ୱେଷା l ପୁର୍ବରୁ ହୋଇଥିବା ନିଟ ପରୀକ୍ଷାରେ ସେ ୯୦୦ନମ୍ବର ରଖି ଥିବା ବେଳେ ରି ନିଟ ପରୀକ୍ଷାରେ ୬୦୪ନମ୍ବର ରଖିଛନ୍ତି ଅନ୍ୱେଷା l ତେବେ କିଛି ଆସାଧୁ କର୍ମଚାରୀ ଙ୍କ ଯୋଗୁଁ ଦ୍ବିତୀୟ ଥର ନିଟ ପରୀକ୍ଷା ଯୋଗୁଁ ଛାତ୍ର ଛାତ୍ରୀ ଓ ପରିବାର କିଭଳି ମାନସିକ ଦୁଶ୍ଚିନ୍ତା ରେ ଅଛନ୍ତି ତାହା ଅନ୍ୱେଷା ଙ୍କ ରି ନିଟ ପରୀକ୍ଷା ରୁ ସ୍ପଷ୍ଟ ଜଣାପଡ଼ୁଛି l ତେବେ ସଫଳତା ର ଶ୍ରେୟ ସେ ପିତାମାତା, ସମ୍ପର୍କୀୟ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି l ଭବିଷ୍ୟତ ରେ ସେ ଜଣେ ଭଲ ଡାକ୍ତର ହୋଇ ରୋଗୀ ସେବା କୁ ବୃତ୍ତି ନୁହେଁ ଧର୍ମ ଭାବେ ଗ୍ରହଣ କରିବେ ବୋଲି କହିଛନ୍ତି l ଅନ୍ୱେଷା ସଫଳତା ପାଇବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l

