ଫୁଲବାଣୀ:୨୩/୦୪(ସୁନୀଲ ପଟନାୟକ):ଗାଁ ରେ ଏତେଟା କାମ ଧନ୍ଦା ମିଳିଲାନି l ଫଳରେ ପରିବାର ଲୋକ ଙ୍କ ମୁହଁ ରେ ଦୁଇ ଓଳା ଦୁଇ ମୁଠା ଦାନା ଦେବା ଲାଗି ଦାଦନ ଖଟିବାକୁ ସୁଦୂର କେରଳ ଯାଇ ଚଳନ୍ତା ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଛି ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ଗୁମିକିଆ ପଂଚାୟତ ର ଆ ଲିମlହା ଗ୍ରାମର ଜମ୍ବେଶ୍ଵର ପ୍ରଧାନ ର ପୁଅ ସେମ ପ୍ରଧାନ l ସେମ କେରଳ ର ଆଲୁବା ସହର ର ଗୋଟେ ଏକ୍ସପୋର୍ଟ କମ୍ପାନୀ ର ଲୋଡ଼ିଂ ଓ ଅନ ଲୋଡିଂ କାମ କରୁଥିଲା l ତେବେ ସେଠାରୁ କୌଣସି କାର୍ଯ୍ୟରେ ଟ୍ରେନ୍ ରେ ଯିବା ବେଳେ ଅସାବଧାନତା ଯୋଗୁଁ ଖସିପଡ଼ିବା ଫଳରେ ସେମ ର ମୃତ୍ୟୁ ହୋଇଥଲା l ଖବର ପାଇ ତ୍ରିଶୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ହସ୍ତାନ୍ତର କରିଥିଲା l ସେମ ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ ଥିଲା l ତାର ଅକାଳ ମୃତ୍ୟୁ ରେ ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡିଛନ୍ତି l ଗ୍ରାମ ରେ ଶୋକ୍ ର ଛାୟା ଖେଳି ଯାଇଛି l ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ଦାରିଂବାଡ଼ି ଅଞ୍ଚଳରୁ ନିୟମିତ ଭାବେ ଦାଦନ ମୃତ୍ୟୁ ହେଉଥିବା ରୁ ଦାରିଂବାଡ଼ି ଅଞ୍ଚଳ ରେ ବୁଦ୍ଧିଜୀବୀ ମହଲ ରେ ଉଦବେଗ ପ୍ରକାଶ ପାଇଛି l

