ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଦୁର୍ଗମ କୋଟଗଡ଼ ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ ନିୟମିତ ମୂଲ୍ୟବାନ କାଠ ଚୋରୀ ଅଭିଯୋଗ ହେଉଛି l ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କ ଅବହେଳା, ଖାମଖିଆଲ ମନୋଭାବ ଯୋଗୁ କାଠ ମାଫିଆ ମାନେ ଜଙ୍ଗଲ ମଧ୍ୟରୁ କାଠ କାଟି ନେଉଥିବା ଅଭିଯୋଗ ହେଉଛି l କିଛି ଜଙ୍ଗଲ ବିଭାଗ ଅସାଧୁ କର୍ମଚାରୀ ମୋଟା ଅଙ୍କର ଅର୍ଥ ନେଇ ଜଙ୍ଗଲ ମାଫିଆ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି l ବେଳେ ବେଳେ ଅଭିଯୋଗ ହେଲେ ଜଙ୍ଗଲ ବିଭାଗ ଅଧିକାରୀ ଧରପଗଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l ତେବେ ନିୟମିତ ପେଟ୍ର ଲିଂ ଅଭାବ, ଜଙ୍ଗଲ ସୁରକ୍ଷା ପାଇଁ କର୍ମଚାରୀ ଅଭାବ ଯୋଗୁଁ ଜଙ୍ଗଲ ମାଫିଆ ମାନେ ଅକ୍ଲେଶ୍ ରେ ଜଙ୍ଗଲ କାଟି ନେଉଛନ୍ତି l ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l

