ଫୁଲବାଣୀ,୨୨।୧୦(ସୁନୀଲ ପଟନାୟକ):ଗ୍ରାମାଂଚଳ ଲୋକଙ୍କୁ ହାତ ପାଆ ନ୍ତl ରେ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କଲେ ହେଲେ ନିର୍ମାଣ ପରେ ତାଲା ଝୁଲୁଛି ଅନେକ ଦିନ ହେଲା l ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ଅଞ୍ଚଳ ରେ l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l କେବଳ ଏହି ଗୋଟିଏ ସ୍ଥାନ ରେ ନୁହେଁ ଏହି ବ୍ଲକ୍ ଅନ୍ତର୍ଗତ ପାଙ୍ଗl ପଂଚାୟତ ରେ ମଧ୍ଯ ଏକା ଅଵସ୍ଥା l ସେଠୀ ବି ତାଲା ଝୁଲୁଛି l ଏ ଦୁଇ ସ୍ଥାନ ନୁହେଁ ବ୍ଲକ ଅନ୍ତର୍ଗତ କlସିଣିପଦର୍, ମୁ ସେଲି ପାଙ୍ଗl, ତେଲା ପାଲି, ରବିଙ୍ଗିଆ, ଗୋଛପଡl , ସାଡି ଙ୍ଗିଆରେ ବି ନିର୍ମାଣ କାର୍ଯ୍ୟ ପରେ ତାଲା ଝୁଲୁଛି l କେଉଁଠି ପାନୀୟ ଜଳ ଅଭାବ ତ ଆଉ କେଉଁଠି ବିଦ୍ୟୁତ୍ ସଂଯୋଗ୍ ହୋଇନି l ସେହିପରି ଜିଲ୍ଲାର ଅନେକ ସ୍ଥାନ ରେ ଏକା ଅଵସ୍ଥା l ଆଉ ଯେଉଁଠି ଖୋଲିଛି ସେଠି କେବଳ ପିଅନ ଓ ଫାର୍ମାସିଷ୍ଟ ଯାଇ କାମ ଚଳାଉଛନ୍ତି l ଡ଼ାକ୍ତର ବାବୁ ଙ୍କ ଦେଖାନାହିଁ ବର୍ଷ ବର୍ଷ ଧରି l ଲୋକେ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଛନ୍ତି l ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

